Sunday, November 15, 2026
Home ଆଞ୍ଚଳିକ ଆଉ ବେଶୀ ଦିନ ବ୍ୟାଚଲର ରହିବେ ନାହିଁ ରାଜକୁମାର ରାଓ

ଆଉ ବେଶୀ ଦିନ ବ୍ୟାଚଲର ରହିବେ ନାହିଁ ରାଜକୁମାର ରାଓ

21

ନୂଆଦିଲ୍ଲୀ, ୦୧/୧୧/୨୧ (ଜିଲ୍ଲା ଖବର) : ଆଉ ବେଶୀ ଦିନ ବ୍ୟାଚଲର ହୋଇ ରହିବେ ନାହିଁ, ବଲିଉଡ ଅଭିନେତା ରାଜକୁମାର ରାଓ । ନଭେମ୍ବର ମାସରେ ସେ ହାତରୁ ଦିହାତ ହେବେ ବୋଲି ଶୁଣିବାକୁ ମିଳୁଛି । ହେଲେ ଏବେ ଯାଏ ରାଜକୁମାରଙ୍କ ତରଫରୁ କିଛି କୁହାଯାଇ ନାହିଁ ।

ଖବର ଅନୁଯାୟୀ, ନଭେମ୍ବର ୧୦ ବା ୧୧ରେ ରାଜକୁମାର ପତ୍ରଲେଖା ପାଉଲଙ୍କୁ ବିବାହ କରିବେ । ଦୁହେଁ ଦୀର୍ଘ ଦିନ ଧରି ପରସ୍ପରଙ୍କୁ ଡେଟ କରୁଥିଲେ । ପତ୍ରଲେଖା ୨୦୧୪ରେ ହଂସଲ ମେହତାଙ୍କ ଫିଲ୍ମ ‘ସିଟିଲାଇଟ୍‌ସ’ରେ ଡେବ୍ୟୁ କରିଥିଲେ। ଏଥିରେ ରାଜକୁମାର ରାଓ ମଧ୍ୟ ଥିଲେ।

ତେବେ ତାଙ୍କ ବିବାହର ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ଯାଇଛି । କେବଳ ଏତିକି ନୁହେଁ, ଏହା ସହିତ ଏକଥା ମଧ୍ୟ କୁହାଯାଉଛି ଯେ, ସେ ତାଙ୍କ ବାହାଘର ପାଇଁ  କିଛି କଳାକାର ଏବଂ ତାଙ୍କ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରି ସାରିଲେଣି । ଏହା ସହିତ ତାଙ୍କ ବିବାହରେ ଖୁବ୍ କମ୍ ଲୋକ ସାମିଲ ହେବାର ଯୋଜନା ରହିଛି ।