Thursday, November 12, 2026
Home ଆଞ୍ଚଳିକ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ

ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ

16

ବ୍ରହ୍ମପୁର,୦୧/୧୧/୨୧ (ଜିଲ୍ଲା ଖବର) :  ଆଜି କାର୍ତ୍ତିକ ମାସ ଦ୍ୱିତୀୟ ସୋମବାର । ଶୈବ ପୀଠରେ ହେବାକୁ ଥିବା ଭିଡକୁ ଦୃଷ୍ଟିରେ ରଖି ଧବେଳଶ୍ୱର ପୀଠରେ 144 ଧାରା ଲାଗୁ କରାଯାଇଛି । ପ୍ରଥମ ସୋମବାର ପରି ଦ୍ୱିତୀୟ ସୋମବାରରେ ମଧ୍ୟ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ।

ଭୋର ୪ ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି  ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଆଖି ଆଗରେ ରଖି ସମସ୍ତ ହବିଶ୍ୟାଳୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପୀଠକୁ ନଆସିବାକୁ ବାରଣ କରାଯିବା ସହିତ ଧବଳେଶ୍ଵର ପୀଠକୁ ୧୪୪ ଧାରା ଜାରି କରାଯାଇଛି ।

ସେପଟେ ଠାକୁରଙ୍କ ନିତିକାନ୍ତି ସୂଚାରୁ ରୂପେ କରାଯାଉଛି । ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ପହଡ ଖୋଲାଯିବା ପରେ ସୁବାସିତ ୧୦୮ ଜଳରେ ବାବାଙ୍କ ସ୍ନାନ ପରେ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି ।