Sunday, November 15, 2026
Home ଆଞ୍ଚଳିକ ଅଙ୍କିତା ଲୋଖାଣ୍ଡେଙ୍କ ବିବାହ ତାରିଖକୁ ନେଇ ଚର୍ଚ୍ଚା

ଅଙ୍କିତା ଲୋଖାଣ୍ଡେଙ୍କ ବିବାହ ତାରିଖକୁ ନେଇ ଚର୍ଚ୍ଚା

17

ନୂଆଦିଲ୍ଲୀ,୦୧/୧୧/୨୧ (ଜିଲ୍ଲା ଖବର) : କୁହାଯାଉଛି ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ । ଡିସେମ୍ବରରେ ସେ ତାଙ୍କ ବୟଫ୍ରେଣ୍ଡ ବିକି ଜେନଙ୍କୁ  ବିବାହ କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି । ଦୀର୍ଘ ଦିନ ଧରି ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିଲେ । ଆଉ ଏବେ ବିବାହ କରିବାକୁ ନିଷ୍ପତି ନେଇଛନ୍ତି । କୁହାଯାଉଛି ଯେ, ଡିସେମ୍ବର ୧୨ ରୁ ୧୪ ମଧ୍ୟରେ ଦୁହେଁ ବିବାହ କରି ପାରନ୍ତି । ତାଙ୍କର ନିମନ୍ତ୍ରଣ କାର୍ଡ ମଧ୍ୟ ଛପା  ସରିଛି ।  ଏନେଇ ତାଙ୍କ ସମ୍ପର୍କୀୟ  ଏବଂ ବନ୍ଧୁମାନଙ୍କୁ ସୂଚିତ କରାଯାଇଛି । ତେବେ ଏହି ଖବର ଶୁଣିବା ପରେ ଫ୍ୟାନ୍ସଙ୍କ ଉସ୍ବାହ ବଢି ଯାଇଛି ।