
ଭୁବନେଶ୍ୱର, ୦୧/୧୧/୨୧ (ଜିଲ୍ଲା ଖବର) : ମମିତା ମୃତ୍ୟୁ ମାମଲାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ବଡ଼ ଖୁଲାସା । ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ରାୟପୁର ଗୁମର ଖୋଲିଲେ ସାଲୁଜା । ଗୋବିନ୍ଦ-ମମିତା-ମନ୍ତ୍ରୀଙ୍କ କଲ ଡିଟେଲ ଯାଂଚ ଦାବି କଲେ ସନ୍ତୋସ ସିଂ ସାଲୁଜା। ସେ କହିଛନ୍ତି, 20 ସେପ୍ଟେମ୍ବରରେ ଗୋବିନ୍ଦ ମିମିତାକୁ ରାୟପୁର ନେଇଥିଲେ । ସେଠାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବସି ବୁଝାମଣା କରିବାକୁ ଚେଷ୍ଟା କରିଥିଲେ । ତାଙ୍କ କୁଲ ହୋମ ଆପାର୍ଟମେଣ୍ଟରେ ଏହି ବୁଝାମଣା କରିବାକୁ ଚେଷ୍ଟା କରଯାଇଥିଲା । ସେଠୁ ସେ 23 ସେପ୍ଟେମ୍ବରରେ ଫେରି କଣ୍ଟାବାଝି ଯାଇଥିଲେ ।
ବୁଝାମଣା ନ ହୋଇପାରିବାରୁ 7 ତାରିଖ ରେ ପୁଣି ତାକୁ ଗୋବିନ୍ଦ ଡକାଇଥିଲେ ଓ 8 ତାରିଖରେ ଅତି ନିର୍ମମ ଭାବେ ମାରି ଦେଇଥିଲେ । 7 ତାରିଖ ଦିନ ମମିତା ଆକାଉଣ୍ଟରେ 8 ହଜାର ଟଙ୍କା ଡ଼ିପୋଜିଟ କରିଥିଲା ଗୋବିନ୍ଦ । ଏସବିଆଇ ଆକାଉଣ୍ଟ ନମ୍ବର 35-33-54-33-98ରେ 8 ହଜାର ଟଙ୍କା ଡ଼ିପୋଜିଟ ହୋଇଥିଲା । ଡେଲି କଲ ରେଜିଷ୍ଟର ଯାଞ୍ଚ କଲେ ଏ ତିନି ଜଣ ଗୋଟିଏ ସ୍ଥାନରେ ଥିଲେ କି ନାହିଁ ଜଣାପଡିବ । ମାତ୍ର ପୋଲିସ ସେ ଦିଗକୁ ଖୁଲାସା କରିନି ।
ରାୟପୁରରେ ଥିବା ସମୟର କଲ ରେଜିଷ୍ଟର ସାମ୍ନା କୁ ଆଣାଯାଉ । ପେନଡ୍ରାଇଭ ଓ ଲାପଟପ ମିଳିଛି ମାତ୍ର ତାହାର ଖୁଲାସା ପୋଲିସ କରୁ ନାହିଁ । ଏହି ପେନଡ୍ରାଇଭ ଓ ଲାପଟପରେ ଅନେକ ନେତା ମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡଲ ରହିଛି ତେଣୁ ପୋଲିସ ଏହାକୁ ଲୁଚାଉଛି ବୋଲି ସେ ଅଭିଯୋଗ କରିଛନ୍ତି।



