
ନୂଆଦିଲ୍ଲୀ, ୦୧/୧୧/୨୧ (ଜିଲ୍ଲା ଖବର) : ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ନିକଟରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିବାରୁ, ତାଙ୍କୁ ଚେନ୍ନାଇ ସ୍ଥିତ କାଭେରୀ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କର କାରୋଟିଡ ଧମନୀର ଅସ୍ତ୍ରପ୍ରଚାର କରିଥିଲେ । ଏବଂ ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ଏବେ ସେ ଘରେ ପହଞ୍ଚିଥିବାର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଏହି ଫଟୋ ସହିତ କ୍ୟାପ୍ସନରେ ରଜନୀକାନ୍ତ ଲେଖିଛନ୍ତି ଯେ, ‘ଘରକୁ ଫେରି ଆସିଛି’ ।


