Wednesday, November 11, 2026
Home ଆଞ୍ଚଳିକ କରୋନା ସଂକ୍ରମିତ ହେଲେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର

କରୋନା ସଂକ୍ରମିତ ହେଲେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର

21

ନୂଆଦିଲ୍ଲୀ,୦୧/୧୧/୨୧ (ଜିଲ୍ଲା ଖବର) : କରୋନା ସଂକ୍ରମିତ ହେଲେ ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର । ଏବେ ସେ ନିଜ ଘରେ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି । ସେ ନିଜେ ଟ୍ବିଟ କରି ଏନେଇ ସୂଚନା ଦେଇଛନ୍ତି । ଏହା ସହିତ, ଚଳିତ ବର୍ଷ ଦିପାବଳୀରେ ସେ ସମସ୍ତଙ୍କୁ ନିଜ ନିଜର ଯତ୍ନ ନେବା ପାଇଁ ନିବେଦନ କରିଛନ୍ତି ।   

ସେ ଲେଖିଛନ୍ତି ଯେ, ‘ ମୁଁ କରୋନା ସଂକ୍ରମିତ ହୋଇଛି । ନିଜକୁ ହୋମ କ୍ବାରେଣ୍ଟାଇନରେ ରଖିଛି । ମୁଁ ଭଲ ଅଛି ଏବଂ ନିଜର ଯତ୍ନ  ନେଉଛି । ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରୁଛି । ମୋ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ,ନିଜ ନିଜର କରୋନା ଟେଷ୍ଟ କରାଇ ନେବାକୁ ଅନୁରୋଧ ।