Thursday, November 12, 2026
Home ଆଞ୍ଚଳିକ ଜେଲରୁ ଫେରିବା ପରେ, ଏମିତି ନିଷ୍ପତି ନେଲେ ଆର୍ଯ୍ୟନ ଖାନ୍

ଜେଲରୁ ଫେରିବା ପରେ, ଏମିତି ନିଷ୍ପତି ନେଲେ ଆର୍ଯ୍ୟନ ଖାନ୍

8

ନୂଆଦିଲ୍ଲୀ,୦୧/୧୧/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍, ପାଖାପାଖି ୩ ସପ୍ତାହ ଜେଲରେ ରହିବା ପରେ, ଜାମିନ୍ ପାଇ ନିକଟରେ  ଘରକୁ ଫେରିଛନ୍ତି । ତେବେ ସେ ଘରକୁ ଫେରି ଆସିବା ପରେ, ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ସମେତ ପୁରା ପରିବାର ବେଶ ଖୁସି ଅଛନ୍ତି । କାହିଁକି ନାଁ, ଆର୍ଯ୍ୟନଙ୍କ ଜାମିନକୁ ନେଇ ଖୁବ୍ ଚିନ୍ତାରେ ଥିଲେ ଶାହରୁଖ ଏବଂ ଗୌରୀ । ଆର୍ଯ୍ୟନ ଘରକୁ ଫେରିବା ପରେ, ତାଙ୍କୁ ଏକଦମ୍ ଧୁମଧାମରେ ସ୍ବାଗତ କରାଯାଇଥିଲା । ହେଲେ ଘରକୁ ଫେରିବା ପର ସେ, ବେଶ ଇମୋସନାଲ ହେବା ସହିତ, ଆର୍ଯ୍ୟନ ଏକ ବଡ ନିଷ୍ପତି ନେଇଛନ୍ତି ।

ଆର୍ଯ୍ୟନ ଖାନ୍ ଘରକୁ ଫେରିବା ପରେ ପ୍ରଥମେ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରୁ ନିଜ ଡିପି ବଦଳାଇ ଦେଇଛନ୍ତି । ସେ ତାଙ୍କ ପ୍ରୋଫାଇଲରୁ ନିଜ ଫଟୋ ହଟାଇ, ଏବେ କୌଣସି ଫଟୋ ନୁହେଁ ବରଂ ହ୍ବାଇଟ୍ ବ୍ୟାକଗ୍ରାଉଣ୍ଡ ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ, ତାଙ୍କର କୌଣସି ପୁରୁଣା ଫଟୋ ମଧ୍ୟ ଦେଖିବାକୁ ମିଳୁ ନାହିଁ । ହେଲେ ସେ ଏମିତି କାହିଁକି କଲେ, କେହି କିଛି ବୁଝି ପାରୁ ନାହାଁନ୍ତି ।  

ମିଡିଆ ରିପୋର୍ଟ ଅନୁଯାୟୀ, ଆର୍ଯ୍ୟନ ଜେଲରେ ଥିବା ସମୟରେ ସେଠାରେ ରହୁଥିବା ଅନେକ  କଏଦୀଙ୍କ ସହିତ ଚିହ୍ନା ପରିଚୟ ହେଇଥିଲା । ସେ ସେମାନଙ୍କୁ କଥା ଦେଇଛନ୍ତି ଯେ, ସେ  ସେମାନଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ କରିବେ । ଏହା ବ୍ୟତୀତ ସେମାନଙ୍କ ବିରୋଧରେ ଯୋଉଁ ମାମଲା ଚାଲିଛି, ସେଥିରେ ମଧ୍ୟ ସାହାଯ୍ୟ କରିବେ । ଜେଲରୁ ବାହାରିବା ପୂର୍ବରୁ  ସେ ସମସ୍ତଙ୍କୁ ଆଲିଙ୍ଗନ କରିଥିଲେ ।