କଳାହାଣ୍ଡିରେ GST ବିଭାଗର ଚଢ଼ାଉ

2

କଳାହାଣ୍ଡି,୦୧/୧୧/୨୧ (ଜିଲ୍ଲା ଖବର) : କଳାହାଣ୍ଡିରେ GST ବିଭାଗର ଚଢ଼ାଉ। ଭୋରସମୟରେ କର୍ଲାପଡା ଠାରେ କଳାହାଣ୍ଡି ବାଣିଜ୍ୟକର ବିଭାଗର ପେଟ୍ରୋଲିଙ୍ଗ ଟିମ ତରଫରୁ ଚଢ଼ାଉ କରାଯାଇଛି । ଫାଇନ ଆକଳନ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇ ନାହିଁ। ରାୟପୁରରୁ ଏକ ଟ୍ରଲରରେ 10ଟି ଥ୍ରେସର ଗୁରୁନାନକ ଇଂଜିନିୟରିଙ୍ଗ ୱାର୍କରୁ କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ଥିବା ଈଶ୍ୱରୀ ସେଲ୍ସକୁ ଆସୁଥିଲା।

 ଏହି ସବୁ ଟ୍ରଲର ଗୋଟିଏ ବିଲରେ 10 ଟି ଥ୍ରେସର ଆସୁଥିଲା। ଯାହାର ଆନୁମାଲିକ ମୂଲ୍ୟ କୋଡିଏ ଲକ୍ଷ୍ୟରୁ ଅଧିକା ହେବ। ଯାହାର ୱେ ବିଲର ଟିକସ ବାବଦକୁ ତିନି ଲକ୍ଷରୁ ଅଧିକା ହେବ।  ଟିକସ ଫାଙ୍କି ଅଭିଯୋଗରେ ପେଟ୍ରୋଲିଙ୍ଗ ଟିମ ଚଢ଼ାଉ କରିଥିବା ପ୍ରାଥମିକ ସୂଚନା ମିଳିଛି ।