Wednesday, November 11, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା, ଐଶର୍ଯ୍ୟା ରାୟ

ଜନ୍ମଦିନର ଶୁଭେଚ୍ଛା, ଐଶର୍ଯ୍ୟା ରାୟ

17

ନୂଆଦିଲ୍ଲୀ, ୦୧/୧୧/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଐଶର୍ଯ୍ୟା ରାୟଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି । ୧ ନଭ୍ବେମ୍ବର ୧୯୭୩ରେ ସେ ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ । ଐଶର୍ଯ୍ୟା ଜନ୍ମହେବା ପରେ ତାଙ୍କ ପରିବାର ମୁମ୍ବାଇ ଚାଲି ଆସିଥିଲେ । ସେଠାରେ ସେ ତାଙ୍କର ପାଠପଢା ଶେଷ କରିଥିଲେ ।

ଡାକ୍ତରୀ ଅଧନପ ପ୍ରତି ଅଧିକ ଆଗ୍ରହୀ ଥିବା ଐଶ୍ୱର୍ଯ୍ୟା, ପରବର୍ତ୍ତୀ ସମୟରେ ଜଣେ ଅଭିନେତ୍ରୀ ହେବାକୁ ଚିନ୍ତା କରିଥିଲେ  ଏବଂ  ଆଜି  ଜଣେ ଆଗଧାଡିର ନାୟିକା ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।

ତେବେ ସୂଚନା ଅନୁଯାୟୀ,ଐଶ୍ୱର୍ଯ୍ୟା ତାଙ୍କ କଲେଜ ଶିକ୍ଷକଙ୍କ ଅନୁରୋଧ କ୍ରମେ ପ୍ରଥମ ଥର ପାଇଁ ମଡେଲିଂ କରିଥିଲେ। ତାଙ୍କର ଜଣେ ଶିକ୍ଷକ ଫଟୋଗ୍ରାଫର ଥିଲେ। ତାଙ୍କର ଗୋଟିଏ ପ୍ରୋଜେକ୍ଟ ପାଇଁ ତାଙ୍କୁ କିଛି ଫଟୋସୁଟ୍ ଆବଶ୍ୟକ ଥିଲା। ତେଣୁ ସେ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ପତ୍ରିକା ପାଇଁ ଫଟୋସୁଟ କରିବାକୁ ଅନୁରୋଧ କରିଥିଲେ। ଏହି ଫଟୋସୁଟ ପରେ ତାଙ୍କ ମନ ଧୀରେ ଧୀରେ ମଡେଲିଂ ଆଡକୁ ଆକୃଷ୍ଟ ହୋଇଥିଲା । ଏହାପରେ ସେ  ଏହି କ୍ଷେତ୍ରରେ ଆଗକୁ ବଢିଥିଲେ । ମଡେଲିଂରେ ବେଶ ନା କରିବା ପରେ , ସେ ଅଭିନୟ ଦୁନିଆଁରେ ପାଦ ଥାପିଥିଲେ । ସେ ଅନକେ ସୁପରହିଟ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ତାଙ୍କର ଅଭିନୟ ସହିତ ତାଙ୍କର ଲୁକ ଏବଂ ଷ୍ଟାଇଲିଷ୍ଟ ଅନ୍ଦାଜକୁ ମଧ୍ୟ ବେଶ ପସନ୍ଦ କରନ୍ତି ଦର୍ଶକ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅର୍ଗସ୍ ପରିବାର ତରଫରୁ ଢେରସାରା ଶୁଭକାମନା ।