
୦୧/୧୧/୨୧ (ଜିଲ୍ଲା ଖବର) : ଯେତେ ଖୋଳିଲେ ସେତେ ବାହାରୁଛି । କୋଟିପତି କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ୭ କୋଟି ଟଙ୍କାର ସମ୍ପତ୍ତି ଓ ଟଙ୍କା ଜବତ୍ । ସଂପତ୍ତିକୁ ଜବତ କରିଛି ଭିଜିଲାନ୍ସ । ମନୀଷ ଅନୁରାଗ ହତ୍ୟା ମାମଲାରେ ହୋଟେଲ ସାଉଥ ସିଟି ଲିଙ୍କ ନେଇ ଗିରଫ କନେଷ୍ଟବଳ ପ୍ରସନ୍ନ ବେହେରା ଘରେ ଭିଜିଲାନ୍ସ ରେଡ୍ କରିଥିଲା ।
ପ୍ରସନ୍ନଙ୍କ ଭୁବନେଶ୍ୱର କଳ୍ପନା ଛକରେ ଥିବା ସରକାରୀ କ୍ୱାର୍ଟର, ଡୁମଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁର ସନ୍ଥବିହାର ସ୍ଥିତ ଫର୍ଣ୍ଣିଚର ୱାର୍କସ୍, ପାତ୍ରପଡା ସ୍ଥିତ ସାଉଥସିଟି ବାର୍, ଖୋର୍ଦ୍ଧା ନୂଆପଡାରେ ଥିବା ପୈତୃକ ଦୁଇ ମହଲା ବାସଭବନରେ ରେଡ୍ ହୋଇଥିଲା । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯିବ ସହ ଅମାପ ସମ୍ପତ୍ତି ମଧ୍ୟ ଠାବ ହୋଇଛି ।



