ସୌମ୍ୟରଞ୍ଜନଙ୍କ ସମ୍ପାଦକୀୟ ହମଲା, ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମାଗିଲେ ସିଧାସିଧା ଜବାବ

10

୦୧/୧୧/୨୧ (ଜିଲ୍ଲା ଖବର) :  ବିଜେଡି ବିଧାୟକ ସୌମ୍ୟରଞ୍ଜନଙ୍କ ସମ୍ପାଦକୀୟ ହମଲା । ନେତୃତ୍ୱ ଉପରେ ପରୋକ୍ଷରେ ହମଲା । ମନ୍ତ୍ରୀଙ୍କ ଉପରେ ସିଧାସିଧା ହମଲା । ସମ୍ପାଦକୀୟ ମାଧ୍ୟମରେ ବିଜେଡିକୁ ସିଧାସିଧା ଆକ୍ରମଣ କଲେ ବିଜେଡିର ହେଭିୱେଟ୍ ସୌମ୍ୟରଞ୍ଜନ ପଟ୍ଟନାୟକ ।

ଆମ ଘରର ହାଲ୍ ଚାଲ୍ ଶୀର୍ଷକ ଲେଖାରେ ସୌମ୍ୟ ଖୋଲିଦେଲେ ମମିତା ହତ୍ୟାକାଣ୍ଡର ମହାଗୁମର । ରାଜ୍ୟ ସରକାରଙ୍କ ବିବାଦୀୟ ମିନିଷ୍ଟର ଦିବ୍ୟଶଙ୍କର ମିଶ୍ରଙ୍କୁ ମାଗିଲେ ସିଧାସିଧା ଜବାବ । ବୃତ୍ତି-ପାର୍ଟି ଓ ମାଟି ଶୀର୍ଷକ ଲେଖାରେ  ଗୃହମନ୍ତ୍ରୀ ରାଜ୍ୟରେ କେମିତି ଅସୁରକ୍ଷିତ ସେ କଥା କହିଛନ୍ତି । 

ଏହାସହ ମମିତା ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଭୂମିକାକୁ ନେଇ ଖୋଲି ଦେଇଛନ୍ତି ପୋଲ୍ । ଏହି ଆର୍ଟିକଲ୍ ପରେ ଆଉ  ବିଜେଡି  ପାୱାର କରିଡରରେ ଝଡ଼ ସୃଷ୍ଟି ହୋଇଛି ।