
୦୧/୧୧/୨୧ (ଜିଲ୍ଲା ଖବର) : ଓଡ଼ିଆ ଜାତିର ଅସ୍ମିତା ଓ ଶାସନର ପ୍ରତୀକ ଐତିହ୍ୟ ଘୋଡାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏଯାଏଁ ଆରମ୍ଭ ହୋଇପାରିନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ ।
ଦେଢ଼ ମାସ ତଳେ ଏହି ଐତିହ ଘୋଡା ସ୍ଥାନାନ୍ତର ପାଇଁ ବିରୋଧୀ ଦଳଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ରାଜରାସ୍ତାକୁ ଆସିଥିଲେ । ହାଲା ବୋଲ ମଧ୍ୟ ହେଲା। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଘୋଡାକୁ ସେଇଠି ହିଁ ରଖାଗଲା। ସୌନ୍ଦର୍ଯ୍ୟକରଣ ପାଇଁ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବା ନେଇ ନଷ୍ପିତି ନିଆଗଲା । ୧୫ ଦିନ ଯାଇ ଦେଢ଼ ମାସ ହେଲାଣି କିନ୍ତୁ ଏ ପର୍ଯ୍ୟନ୍ତ ଜରି ପାଲ ତଳେ ନିଜର ଗାରିମା ହଜାଉଛି ଏହି ପୁରୁଣା ଐତିହ୍ୟ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ।
ଗୋଲେଇ ଛକ ସେହି ଏରିଆର ସୁନ୍ଦରତା ବଢାଇବା ସହ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରୁଥିଲା। ବିଭିନ୍ନ ସହରରେ ଏବେ ଏହି ଗୋଲେଇ ଛକ ଜାଣିକି କରାଯାଉଛି। ପରିଚାଳନା କମିଟି ଭୁଲ ନିଷ୍ପତି ନେଉଛି। ଅଧିକ ତୀବ୍ର ଗାଡି ଯିବ ଯାହା ଫଳରେ ଅଧିକ ଆକ୍ସିଡେଣ୍ଟ ହେବାର ସମ୍ଭାବନା ରହିବ। ଆମ ସିଟି ପାଇଁ ରାଉଣ୍ଡ ଓଭର ହିଁ ଠିକ ବୋଲି ଦୃଢୋକ୍ତି ବ୍ୟକ୍ତ କରିଛନ୍ତି । ଶାସନ ଓ ଐତିହ୍ୟର ପ୍ରତୀକ ଘୋଡାକୁ ସୌନ୍ଦର୍ଯ୍ୟକରଣ କରିବାକୁ ଗୁରୁତ୍ୱ ଦେବା ପରିବର୍ତେ ରାସ୍ତାର ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଉଛି ବିଡିଏ। ଯେଉଁ ରାସ୍ତା ତିଆରି କରାଯାଇଛି ତାହା ଅଧିକ ଟ୍ରାଫିକ ସମସ୍ୟା ସୃଷ୍ଟି କରିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଟାଉନ ଅର୍ବାନ୍ ପ୍ଲାନର ପୀୟୂଷ ରାଉତ।


