Monday, November 16, 2026
Home ଆଞ୍ଚଳିକ ହସ୍ପିଟାଲରୁ ଡିସଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ, ଅକ୍ଟୋବର ୧୩ ରୁ ମେଡିକାଲରେ ହୋଇଥିଲେ ଭର୍ତ୍ତି

ହସ୍ପିଟାଲରୁ ଡିସଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ, ଅକ୍ଟୋବର ୧୩ ରୁ ମେଡିକାଲରେ ହୋଇଥିଲେ ଭର୍ତ୍ତି

13

୦୧/୧୧/୨୧ (ଜିଲ୍ଲା ଖବର) : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏ ନେଇ ମନମୋହନଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।୧୮ ଦିନ ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ ରବିବାର ତାଙ୍କୁ ଡିସଚାର୍ଜ କରାଯାଇଛି । ଜ୍ୱର ଏବଂ ଦୁର୍ବଳ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଗତ ଅକ୍ଟୋବର ୧୩ ତାରିଖରୁ ଏମ୍ସରେ ଭର୍ତ୍ତି ହୋଇଥିଲେ।

ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରବିବାର ସନ୍ଧ୍ୟା ୫.୨୦ରେ ଡିସଚାର୍ଜ ହୋଇଥିବା ନେଇ ସୂଚନା ରହିଛି।