Wednesday, October 14, 2026
Home ଆଞ୍ଚଳିକ ଆସିକା ସୁନାମ୍ବ ସାହି ସ୍ଥିତ ନୃସିଂହ ମନ୍ଦିର ପ୍ରାଙ୍ଗଣ ଠାରେ ଯଶୋଦା ଗୈାଡଙ୍କ ଦ୍ୱାଦଶାହ ସ୍ମୃତି...

ଆସିକା ସୁନାମ୍ବ ସାହି ସ୍ଥିତ ନୃସିଂହ ମନ୍ଦିର ପ୍ରାଙ୍ଗଣ ଠାରେ ଯଶୋଦା ଗୈାଡଙ୍କ ଦ୍ୱାଦଶାହ ସ୍ମୃତି ସଭା

29
ଯଶୋଦା ଗୈାଡଙ୍କ ଦ୍ୱାଦଶାହ ସ୍ମୃତି ସଭା

ଆସିକା,୨୨/୧୧(ଖିରୋଦ ଚନ୍ଦ୍ର ବେହେରା): ଆସିକାର ସହରର ଜଣାଶୁଣା ତଥା ସୁନାମ୍ବ ରଥଦାଣ୍ଡ ସାହି ଗୋସେବିକା ଯଶୋଦା ଗୈାଡଙ୍କ ଦ୍ୱାଦଶାହ ସ୍ମୃତି ସଭା ସ୍ଥାନୀୟ ନୃସିଂହ ମନ୍ଦିର ପ୍ରାଙ୍ଗଣ ଠାରେ ଅନୁଷ୍ଟିତ ହୋଇଯାଇଛି । ଗତ୧୧.୧୧.୨୦୧୯ ତାରିଖ କାର୍ତିକ ମାସ ଶେଷ ସୋମବାର ସକାଳ ପ୍ରାୟ୪.୫୮ ସମୟରେ ତାଙ୍କର ସୁନାମ୍ବ ସାହି ବାସଭବନ ଠାରେ ବିୟୋଗ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ସେତେବେଳେ ତାଙ୍କ ନିକଟରେ ପୁଅ ଦେବରାଜ ଗୈାଡ, ସନ୍ତୋଷ ଗୈାଡ, ଅଶୋକ ଗୈାଡ, ସୁରେନ୍ଦ୍ର ଗୈାଡ ସାଙ୍ଗକୁ ୪ ବୋହୁ, ଗୋଟିଏ ଝିଅ ସଞ୍ଜୁକ୍ତା ସହ ଜ୍ୱାଇଁ ପୁଅ ରମେଶ ଚନ୍ଦ୍ର ଗୈାଡ, ୭ ଜଣ ନାତି ଏବଂ ୫ ଜଣ ନାତୁଣି ଉପସ୍ଥିତ ଥିଲେ । ସେ ଜଣେ ଗୃହିଣୀ ସାଙ୍ଗକୁ ଭଦ୍ର ମେଳାପି, ମିଷ୍ଟଭାଷି, ପରୋପକାରୀ, ଆଧ୍ୟାତ୍ମିକବାଦୀ ମହିଳା ଥିଲେ । ତାଙ୍କ ଜୀବନ କାଳରେ ସେ ଅନେକ ଗାଇ , ଗୋରୁଙ୍କୁ ସେବା କରି ଆସିଥିଲେ । ସେଥିପାଇଁ ତାଙ୍କ ମନସ୍କାମନ ପୁରଣ ପାଇଁ ପୁତ୍ର ଓ ପୁତ୍ର ବୋଧୁ ଏବଂ ଜ୍ୱାଇଁଙ୍କ ଉପସ୍ଥିତିରେ ଗୋ ଦାନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ବିୟୋଗରେ ଅଚଂଳ ସାରା ଶୋକ ପ୍ରକାଶ କରିବା ସାଙ୍ଗକୁ ଗୋ ସେବିକା ଭାବେ ସେ ପରିଚିତ ଥିଲେ । ଏହି ସ୍ୃତି ସଭାରେ ଅଚଂଳର ବହୁ ମାନ୍ୟଗଣ ବ୍ୟକ୍ତି ସାଙ୍ଗକୁ ପରିବାରର ସମସ୍ତ ସମ୍ପର୍କିୟ, ବନ୍ଧୁ ଓ ବହୁ ଆଧ୍ୟାତ୍ମିକ ବ୍ୟକ୍ତି ଉପସ୍ଥିତ ଥିଲେ ।