
ନୂଆଦିଲ୍ଲୀ,୦୧/୧୧/୨୧ (ଜିଲ୍ଲା ଖବର) : ମୋଦି ମୋଦି ନାରାରେ କମ୍ପିଲା ଗ୍ଲାସଗୋ। ଜାତିସଂଘର ଜଳବାୟୂ ସମ୍ପର୍କିତ ସମ୍ମିଳନୀରେ ଯୋଗଦେବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗ୍ଲାସଗୋରେ ପ୍ରବାସୀ ଭାରତୀୟ ମାନେ ଭବ୍ୟ ସ୍ବାଗତ ଜଣାଇଛନ୍ତି। ଏୟାରପୋର୍ଟରୁ ଯାଇ ମୋଦି ହୋଟେଲରେ ପହଁଞ୍ଚିବା ପରେ ସେଠୋରେ ଉପସ୍ଥିତ ପ୍ରବାସୀ ଭାରତୀୟ ମାନେ ମୋଦିଙ୍କୁ ଦେଖି ଉତ୍ସାହିତ ହୋଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି।
ଏହି ସମୟରେ ଭିଡ ମଧ୍ୟରେ ପିଏମ ମୋଦି ଜଣେ ଛୋଟ ପିଲା ସହ କଥା ହେବାର ମଧ୍ୟ ନଜର ଆସିଥିଲେ। ହୋଟେଲରେ ପହଞ୍ଚିବା ପରେ ଭାରତୀୟ ସମ୍ପ୍ରଦାୟର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା ସମୟରେ ‘ମୋଦି ଭାରତର ମହାନ ବ୍ୟକ୍ତି ବୋଲି’ ଗୀତ ଗାଇଥିଲେ।


