Home ଆଞ୍ଚଳିକ ଆଜିଠାରୁ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଆରମ୍ଭ

ଆଜିଠାରୁ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଆରମ୍ଭ

30

ପୁରୀ, ୦୧/୧୧/୨୧ (ଜିଲ୍ଲା ଖବର) : ଆଜିଠାରୁ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ନୂତନ ମାର୍ଗଦର୍ଶକ ଅନୁଯାୟୀ ଆଜିଠାରୁ ପୁରୀବାସୀ ପଶ୍ଚିମଦ୍ବାର ଦେଇ ଶ୍ରୀମନ୍ଦିର ଯିବେ ଓ ମହାପ୍ରଭୁଙ୍କ ଦର୍ଶନ କରି ଉତ୍ତରଦୁଆର ଦେଇ ପ୍ରସ୍ଥାନ କରିବେ। କିନ୍ତୁ ତମାମ ଦର୍ଶନ ବ୍ୟବସ୍ଥା କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବ। ପୂର୍ବପରି ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ୍ ନେଇଥିବା ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି।

ପୂର୍ବରୁ କେବଳ ସିଂହଦ୍ଵାର ଦେଇ ଶ୍ରୀମନ୍ଦିର ପ୍ରବେଶ ବ୍ୟବସ୍ଥା ହେଉଥିବାରୁ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗୁଥିଲା ଓ ପୁରୀବାସୀ ମାନେ ମଧ୍ୟ ସେହି ଲାଇନ୍ ରେ ସାମିଲ ହେଉଥିଲେ। କିନ୍ତୁ ବାରମ୍ବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବିପରେ ଆଜିଠାରୁ ପୁରୀବାସୀଙ୍କ ପାଇଁ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି।

ପଶ୍ଚିମଦ୍ୱାର ନିକଟରେ କିଓସ୍କୋର ବ୍ୟବସ୍ଥା ହୋଇଥିବା ବେଳେ ସ୍ଥାନୀୟ ଅଧିବାସୀ ମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ୍ ନେଇଥିବା ପ୍ରମାଣପତ୍ର ସହ ନିଜର ପରିଚୟପତ୍ର ଦେଖାଇ ଶ୍ରୀମନ୍ଦିର ଯାଉଛନ୍ତି। ତେବେ ପ୍ରଶାସନର ଏଭଳି ନୂଆ ଏସଓପିକୁ ସ୍ଥାନୀୟ ଅଧିବାସୀ ସ୍ୱାଗତ କରିଛନ୍ତି।