Thursday, November 12, 2026
Home ଆଞ୍ଚଳିକ ଆଜିଠୁ ରାଜ୍ୟରେ ଲାଗୁ ହେବ ନଭେମ୍ବର ଗାଇଡଲାଇନ

ଆଜିଠୁ ରାଜ୍ୟରେ ଲାଗୁ ହେବ ନଭେମ୍ବର ଗାଇଡଲାଇନ

7

ଭୁବନେଶ୍ୱର,୦୧/୧୧/୨୧ (ଜିଲ୍ଲା ଖବର) : ଆଜିଠୁ ରାଜ୍ୟରେ ଲାଗୁ ହେବ ନଭେମ୍ବର ଗାଇଡଲାଇନ। ନଭେମ୍ବର ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ତେବେ ପୂର୍ବମାସ ଭଳି ନଭେମ୍ବର ମାସ ଗାଇଡଲାଇନରେ ମଧ୍ୟ ବିଶେଷ ପରିବର୍ତ୍ତନ ହୋଇନାହିଁ। ଏହି ଗାଇଡ ଲାଇନ ଡିସେମ୍ବର 31 ଯାଏ ରହିବ। ପୌରାଞ୍ଚଳରେ ବଳବତ୍ତର ରହିବ ନାଇଟ କର୍ଫ୍ୟୁ ।

ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ସେହିପରି ରାଜ୍ୟରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବ ନାହିଁ । ସକାଳ ୫ଟାରୁ ରାତି ୧୦ଟା ଯାଏଁ ସବୁ ଖୋଲା ରହିବ । ସେହିପରି ଆଗକୁ ଦିପାବଳୀ କାଳି ପୂଜାକୁ ଲକ୍ଷ୍ୟ କରି କଟକଣା ଜାରି କରାଯିବ । କଟକଣା ମାନି ପର୍ବପର୍ବାଣୀ ପାଳନ କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି । ବାଣ ବିକ୍ରି ଓ ଫୁଟାଇବା ଉପରେ ସ୍ୱତନ୍ତ୍ର ନିୟମାବଳୀ ଆସିବ ବୋଲି କୁହାଯାଇଛି ।