Home ଆଞ୍ଚଳିକ ଆଜି ବିଜେପି ପକ୍ଷରୁ 8ଘଣ୍ଟିଆ ବରଗଡ ବନ୍ଦ ଡାକରା

ଆଜି ବିଜେପି ପକ୍ଷରୁ 8ଘଣ୍ଟିଆ ବରଗଡ ବନ୍ଦ ଡାକରା

6

 ଭୁବନେଶ୍ୱର,୦୧/୧୧/୨୧ (ଜିଲ୍ଲା ଖବର) : ଆଜି ସକାଳ 6ରୁ ଦିନ 2ଟା ଯାଏ ବିଜେପି ପକ୍ଷରୁ 8ଘଣ୍ଟିଆ ବରଗଡ ବନ୍ଦ ଡାକରା ଦିଆଯାଇଛି। ବରଗଡ ଟାଉନ ଥାନା ହାଜତ ମୃତ୍ୟୁ ଘଟଣା ସହିତ କଳାହାଣ୍ଡି ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ହାଜତ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପୋଲିସ କର୍ମଚାରୀ ମାନଙ୍କୁ ତୁରନ୍ତ ଗିରଫ କରାଯାଉ, ଏବଂ ଗୋବିନ୍ଦଙ୍କ ପତ୍ନୀଙ୍କୁ କ୍ଷତିପୂରଣ ଦେବା ସହିତ ସରକାରୀ ଚାକିରୀ ପ୍ରଦାନ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି।

ସେହିପରି ମମିତା ମେହେର ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହିତ ହତ୍ୟାକାଣ୍ଡ ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି କରାଯାଇଛି। ଅନ୍ୟପଟେ ଏହି ଘଟଣାରେ ଆଜି ପୂର୍ବାହ୍ନ 11ଟା ସମୟରେ ବିଜେପି ପକ୍ଷରୁ ଯାଜପୁର ଜିଲ୍ଲାପାଳ ଅଫିସ ଘେରାଉ କରିବାକୁ ଥିବା ବେଳେ କେନ୍ଦୁଝରରେ ମଧ୍ୟ ମମିତା ମୃତ୍ୟୁ ଘଟଣା ଏବଂ ଅନ୍ୟ ୩ଟି ଦାବିକୁ ନେଇ ଏସପି ଅଫିସ ଘେରାଉ କରାଯିବ ବୋଲି ଜଣାପଡିଛି।