ମୁଣ୍ଡଳି ବ୍ରିଜରୁ ଡେଇଁ ନିଖୋଜ ଥିବା ଚନ୍ଦ୍ରମଣି ତ୍ରୀପାଠୀଙ୍କ ମୃତଦେହ ଉଦ୍ଧାର

14

କଟକ, ୦୧/୧୧/୨୧ (ଜିଲ୍ଲା ଖବର) : ମୁଣ୍ଡଳି ବ୍ରିଜରୁ ଡେଇଁ ନିଖୋଜ ଥିବା ଚନ୍ଦ୍ରମଣି ତ୍ରୀପାଠୀଙ୍କ ମୃତଦେହ ଗୁରୁଡିଝାଟିଆ ଥାନା ନାରଙ୍ଗବସ୍ତ ମହାନଦୀ କୂଳରୁ ଠାବ ହୋଇଛି। ସ୍ଥାନୀୟ ଲୋକେ ନଦୀ କୂଳରେ ଲାଗିଥିବା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଗତ ୨୮ ତାରିଖ ଦିନ ମହାନଦୀ ସେତୁ ମୁଣ୍ଡଳୀ ଠାରେ ସ୍କୁଟି ରଖି ବ୍ରିଜ୍ ଉପରୁ ମହାନଦୀ କୁ ଡେଇଁ ନିଖୋଜ ଥିଲେ। 

ଭୂବନେଶ୍ବର ସିଆରପି ଅଞ୍ଚଳର ଭଡାରେ ରହିଥିବା  ଚନ୍ଦ୍ରମଣି ତ୍ରୀପାଠୀ  ରିଲାଏନ୍ସ ଫ୍ରେସ୍ ରେ ଏଚ୍ ଆର୍  ଭାବେ କାମକରୁଥଲେ। ଏହି ମୃତଦେହ ଚନ୍ଦ୍ରମଣିଙ୍କର ବୋଲି ପରିବାର ପକ୍ଷରୁ ଚିହ୍ନଟ କରାଯାଇଛି। ମୃତଦେହ ଉଦ୍ଧାର କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଗୁରୁଡିଝାଟିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି।