
ବିଷମକଟକ ,୧/୧୧(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ରେ ଥିବା ମୋଟ୧୪ ଟି ସମବାୟ ସମିତି ରହିଥିବା ବେଳେ ସେଥିମଧ୍ୟରୁ ବିଷମକଟକ ଓ ମୁନିଗୁଡା ସମବାୟ ସମିତିରେ ସ୍ଥାୟୀ ଏମ୍ ଡି ନିୟୁକ୍ତି ଦିଆଯାଇଥିଲା। ହେଲେ ଆଉ ୧୨ ଟି ସମବାୟ ସମିତି ରେ ଏପର୍ଯ୍ୟନ୍ତ ସ୍ଥାଇ ଏମ୍ ଡି ନିଯୁକ୍ତି କାହିଁକି?? ଏପର୍ଯ୍ୟନ୍ତ ଦିଆ ଯାଇନାହିଁ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। ରାୟଗଡା ସରକଲରୁ ୬ଟି ସେଗୁଡିକ ହେଲା ରାୟଗଡା ଦୁଇଟି ସମବାୟ ସମିତି ରହିଥିବା ବେଳେ ସେଥିମଧ୍ୟରୁ ରାୟଗଡା ସମବାୟ ସମିତି , ରାୟଗଡା ଏମ୍ ପି ସି ଏସ୍ , କଲୋନରା ସମବାୟ ସମିତି, କଲ୍ୟାଣି ସିଂଙ୍ଗ୍ ପୁର ସମବାୟ ସମିତି, କାଶୀପୁର ସମବାୟ ସମିତି, ଟିକିରି ସମବାୟ ସମିତି ରହିଥିବା ବେଳେ ଗୁଣୁପୁର ସରକଲରୁ ୮ ଟି ସମବାୟ ସମିତି ରହିଛି ସେଥିମଧ୍ୟରୁ ମୁନିଗୁଡା ରୁ ଦୁଇଟି ସମବାୟ ସମିତି ରହିଥିବା ବେଳେ ସେଥିମଧ୍ୟରୁ ମୁନିଗୁଡା ସମବାୟ ସମିତି, ଅମ୍ବାଦୋଳା ସମବାୟ ସମିତି, ଚନ୍ଦ୍ର ପୁର ସମବାୟ ସମିତି, ବିଷମକଟକ ସମବାୟ ସମିତି, ରାମନାଗୁଡା ସମବାୟ ସମିତି, ପଦ୍ମ ପୁର ସମବାୟ ସମିତି, ଗୁଣୁପୁର ସମବାୟ ସମିତି , ଗୁଡାରୀ ସମବାୟ ସମିତି ରହି ଥିବାବେଳେ ସେଥି ମଧ୍ୟରୁ ଦୁଇଟି ସମବାୟ ସମିତିରେ ସ୍ଥାଇ ଏମ୍ ଡି ନିଯୁକ୍ତି ଦିଆଯାଇଛି। ସେଗୁଡିକ ହେଲା ବିଷମକଟକ ସମବାୟ ସମିତି ଓ ମୁନିଗୁଡା ସମବାୟ ସମିତି ଏହି ଦୁଇଟି ସ୍ଥାନରେ ସ୍ଥାଇ ଏମ୍ ଡି ଦିଆ ଯାଇଥିବାବେଳେ ଆଉ ୧୨ ଟି ସମବାୟ ସମିତିରେ ଆଜକୁ ତିନି ବର୍ଷ ହେଲା ବିଞାପନ ବାହାରିଥିବା ବେଳେ ଶହଶହ ଆସାୟୀ ପ୍ରାଥୀ ଆବେଦନ କରିଥିଲେ ମଧ୍ୟ ଏହି ଉପରେ କୈଣସି ନିଷ୍ପତ୍ତି ନିଆଯାଇନଥିବା ଅଭିଯୋଗ କରିଛନ୍ତି ଆଶାୟୀ ପ୍ରାଥୀ ମାନେ। ଏନେଇ ମୁନିଗୁଡା ଓ ବିଷମକଟକ ସମବାୟ ସମିତି ରେ ସ୍ଥାଇ ଏମ୍ ଡି ନିଯୁକ୍ତି କିପରି ଦିଆଯାଇଛି ଏହି ସମ୍ପର୍କରେ ଅଭିଯୋଗ ହୋଇଥିବା ବେଳେ ତଦନ୍ତ ରେ ଆସିଥିଲେ ଭୁବନେଶ୍ୱର ରୁ ଏକ ସୋତନ୍ତ୍ର ଦୁଇ ଜଣିଆ ଟିମ୍ ବିଷମକଟକ ସମବାୟ ସମିତି କାର୍ଯ୍ୟାଳୟରେ ଯୁଗ୍ମ ନିବନ୍ଦକ ଜେରମ୍ କେରେକେଟା ଏବଂ ଉପନିବନ୍ଦକ କୃଷ୍ଣ ଚନ୍ଦ୍ର ଦାସ ଏହି ଦୁଇ ଜଣ ଙ୍କ ସହ ଗୁଣୁପୁର ଏ ଆର ସି ଏସ୍ ଥିଓଫିଲ ଶବର ମଧ୍ୟ ତଦନ୍ତ ସମୟରେ ଉପସ୍ଥିତ ଥିଲେ। ଏହି ସମ୍ପର୍କରେ ଆମେ ରାୟଗଡା ଜିଲ୍ଲା ସମବାୟ ସମିତିର ଡି ଆର ସି ଏସ୍ ଶ୍ରୀ ପ୍ରମୋଦ କୁମାର ସାହୁ ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ମୋ ଉପରେ ମୁନିଗୁଡା ଓ ବିଷମକଟକ ସ୍ଥାଇ ଏମ୍ ଡି ଦିଆଯାଇଥିବା ସମ୍ପର୍କରେ କେଉଁ ବ୍ୟକ୍ତି ଅଭିଯୋଗ କରିଥିଲେ। ତେଣୁ ସେହି ସମ୍ପର୍କରେ ତଦନ୍ତ ରେ ଆସି ଥିଲେ ଦୁଇ ଜଣିଆ ଟିମ୍ ଭୁବନେଶ୍ୱର ରୁ ଆସିଥିବା ସୂଚନା ଦେଇଛନ୍ତି ଶ୍ରୀ ସାହୁ।ଏବଂ ସେ କହିଛନ୍ତି ଯେ ସ୍ଥାଇ ଏମ୍ ଡି ନିଯୁକ୍ତି ରେ ମୋର କୈଣସି ତୃଟି ନାହିଁ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏନେଇ ଆମେ ଭୁବନେଶ୍ୱର ରୁ ଆସିଥିବା ଯୁଗ୍ମ ନିବନ୍ଦକ ଜେରମ୍ କେରେକେଟା ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଯେଉଁ ବ୍ୟକ୍ତି ଏହି ଦୁର୍ନୀତି ରେ ଲିପ୍ତ ଅଛନ୍ତି ମୁ ତଦନ୍ତ କରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଶ୍ରୀ ଜେରମ୍ କେରେକେଟା କହିଛନ୍ତି।
ରିପୋର୍ଟ ,ପ୍ରସନ କୁମାର ପଣ୍ଡା



