Tuesday, November 17, 2026
Home ଆଞ୍ଚଳିକ କରେଞ୍ଜେଇ ପୀଠରେ ଶିକ୍ଷା ବିଭାଗ ଏନ ପି ଏସ ମାନଙ୍କ ବନ୍ଧୁ ମିଳନ

କରେଞ୍ଜେଇ ପୀଠରେ ଶିକ୍ଷା ବିଭାଗ ଏନ ପି ଏସ ମାନଙ୍କ ବନ୍ଧୁ ମିଳନ

101

ଆସିକା ,୩୧/୧୦(ଜିଲ୍ଲା ଖବର): ଆସିକା ନିକଟସ୍ଥ ମା କରଞ୍ଜେଇ ପୀଠରେ ଗଞ୍ଜାମ ଜିଲ୍ଲାର ଶିକ୍ଷା ବିଭାଗ ଅନ୍ତର୍ଗତ ସମସ୍ତ କାର୍ଯ୍ୟାଳୟ ସହାୟକ(ଏନ୍ ପି ସି)ମାନଙ୍କୁ ନେଇ ଏକ ସାଧାରଣ ସଭା ତଥା ବନ୍ଧୁ ମିଳନ ୩୧/୧୦/୨୧ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ଭାବେ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ଶୀର୍ଷ କର୍ମକର୍ତ୍ତା ଭାବେ ସଞ୍ଜୟ କୁମାର ହୋତା,ପ୍ରଭାତ କୁମାର ତ୍ରିପାଠୀ,ତପସ୍ଵିନୀ ପଣ୍ଡା,ମାନସ ରଞ୍ଜନ କବି,ବାଳକୃଷ୍ଣ ନାୟକ,ସୁଶାନ୍ତ ବେହେରା,ଦିବାକର ସ୍ବାଇଁ,ଏମ୍ ପର୍ଶୁରାମ ପାତ୍ର, ବିଶ୍ଵରଞ୍ଜନ ମିଶ୍ର ଏବଂ ଆର୍ଥିକ ପରିଚାଳନା ସମିତିର ସଭ୍ୟ ରୂପେ ଲୋକନାଥ ପଟ୍ଟନାୟକ,ମୃତ୍ୟୁଞ୍ଜୟ ପାଢୀ,କେ.ଶରତ କୁମାର ଦାୟିତ୍ବ ଗ୍ରହଣ କରିଥିଲେ । ସର୍ବସମ୍ମତି କ୍ରମେ ଅଜିତ କୁମାର ସାବତ,ସଭାପତି ସଦାଶିବ ନାୟକ ଉପସଭାପତି ଦୀପ୍ତି ନାରାୟଣ ବେହେରା ସମ୍ପାଦକ,ଆଲୋକ କୁମାର ପାତ୍ର,କାର୍ଯ୍ୟକାରୀ ସମ୍ପାଦକ,ବିକାଶ ରଞ୍ଜନ ପାତ୍ର ସହ ସମ୍ପାଦକ ରୁପେ ନିର୍ବାଚିତ ହୋଇଥିଲେ । ଉକ୍ତ ବୈଠକରେ ଏନ୍ ପି ସି କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ଏବଂ ଆଗାମୀ ଦିନରେ ଏହାର ସମାଧାନର ରାସ୍ତା ବାହାର କରିବା ପାଇଁ ସଂକଳପବଦ୍ଧ ହୋଇ ଆଗକୁ ବଢିବାର ଦୃଢ ନିଷ୍ପତ୍ତି ଗ୍ରହଣ କରାଗଲା ।