Tuesday, November 17, 2026
Home ଆଞ୍ଚଳିକ ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ଜିରୋ ଜିପିଏସ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ଜିରୋ ଜିପିଏସ କାର୍ଯ୍ୟକ୍ରମ

31

ହିଞ୍ଜିଳି କାଟୁ,୩୧/୧୦/୨୧(ଜିଲ୍ଲା ଖବର):ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ଜିରୋ ଜିପିଏସ କାର୍ଯ୍ୟକ୍ରମ ଅନୁଷ୍ଠିତ । ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟଅତିଥି ଭାବେ ରେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ବେଳେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପିଡି, ମୁଖ୍ୟମନ୍ତ୍ରୀ ହିଞ୍ଜିଳି ପ୍ରତିନିଧି ଭରତ ମହାପାତ୍ର, ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ ଜେନା ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମ ହିଞ୍ଜିଳିକାଟୁ କୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ସହିତ ହିଞ୍ଜିଳିକାଟୁ ସହର କୁ ରୋଲ ମଡେଲ ରେ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ନଗର ବିଜେଡି ସଭାପତି ଭୀମସେନ ବେହେରା, ପୂର୍ବତନ ଉପ ନଗରପାଳ ପବିତ୍ର ମୋହନ ପାଣଗ୍ରାହୀ, ସୁଭାଷ ପୋଲାଇ, ଯୁବ ବିଜେଡ଼ି ସଭାପତି ସଞ୍ଜୟ ପଣ୍ଡା, ଯୁବ ସାଧାରଣ ସମ୍ପାଦକ ବିରଞ୍ଚି ନାରୟଣ ପଣ୍ଡା,ଯୁବ ନେତା କିରଣ ପଟ୍ଟନାୟକ,ଓକିଲ ସଂଘ ସଭାପତି ଦ୍ବିତୀକୃଷ୍ଣ ସାବତ,ବରିଷ୍ଠ ଆଇନଜିବୀ ନୃସଂହ ପ୍ରସାଦ ପଟ୍ଟନାୟକ, ନୀଳମଣି ପଟ୍ଟନାୟକ ଙ୍କ ସମେତ ପୌର କନିଷ୍ଟ ଯନ୍ତ୍ରୀ ଦିଲ୍ଲୀପ ମିଶ୍ର, ମାନସ ରଞ୍ଜନ ଦାସ, ପୌର କର୍ମ ଚାରୀ ମାନେ ଉପସ୍ଥିତି ଥିଲେ ।
ରିପୋର୍ଟ : ତାପସ କୁମାର ପଣ୍ଡା