
ବିଷମକଟକ-୩୧-୧୦-୨୧(ଜିଲ୍ଲା ଖବର ) : କେନ୍ଦ୍ର,ଓ ରାଜ୍ୟ ସରକାର ସ୍ବଛ ଭାରତ, ସ୍ବଛପରିମଳ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡିଣ୍ଡିମ ପିଟୁଥିବା ବେଳେ ରାୟଗଡା ଜିଲ୍ଲା ଅନ୍ତର୍ଗତ ବିଷମକଟକ ମୁଖ୍ୟ ରାସ୍ତା ରେ କୁଡ,କୁଡ ଅଳିଆ ଆବର୍ଜନା ରାସ୍ତା ଉପରେ ଭରପୂରହୋଇ ପଡିରହୁଥିବା ବେଳେ ଦୁରଗନ୍ଧରେ ସାଧାରଣ ଜନତା ରାସ୍ତାରେ ଯିବା ଆସିବା ଏକପ୍ରକାର ଠପ୍ ହୋଇଯାଇଛି।ଏପରି ଅବସ୍ଥା ଦେଖି ବିଷମକଟକ ର ୪ଥ ବାଟାଲିୟନ ସିଆରପିଏଫ ଯବାନଙ୍କ ଦ୍ଵାରା ଅଳିଆ ଆବର୍ଜ୍ଜନା ସଫା କରାଯାଉଛି। ଏହି କାର୍ଯ୍ୟକ୍ରମ କୁ ସବୁ ମହଲରେ ସ୍ବାଗତ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ସିରାପିଏଫ କମାଣ୍ଡର,ବିଷମକଟକ ବ୍କକ ଏଇ ପ୍ରଶାନ୍ତ ପାଣିଗ୍ରାହୀ ,ବିଜୁ ଜନତା ଦଳର ବରିଷ୍ଠ ନେତା ଡି, ଶିବପ୍ରସାଦ, ବିଷମକଟକ ବ୍କକ ର ବରିଷ୍ଠ ବିଜେଡି ନେତା ତଥା ବିଜେଡି ବ୍କକ ସଭାପତି ଶ୍ରୀ ଦେବୀ ପ୍ରସାଦ,ନାନୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
ରିପୋର୍ଟ : ପ୍ରସନ୍ନ ପଣ୍ଡା


