Tuesday, November 17, 2026
Home ଆଞ୍ଚଳିକ ଫ୍ଲିପକାର୍ଟର ଦୀପାବଳୀ ଅଫର୍; IPhone, Google, POCO ଆଦି ସ୍ମାର୍ଟଫୋନରେ ମିଳିବ ବେଷ୍ଟ୍ ଡିଲ୍

ଫ୍ଲିପକାର୍ଟର ଦୀପାବଳୀ ଅଫର୍; IPhone, Google, POCO ଆଦି ସ୍ମାର୍ଟଫୋନରେ ମିଳିବ ବେଷ୍ଟ୍ ଡିଲ୍

15

ନୂଆଦିଲ୍ଲୀ,୩୧/୧୦/୨୧ (ଜିଲ୍ଲା ଖବର) : ଫ୍ଲିପକାର୍ଟରେ ବର୍ତ୍ତମାନ Big Diwali Sale ଚାଲିଛି । ଏଥିରେ ଇଲୋକ୍ଟ୍ରୋନିକ୍ସ ଗ୍ୟାଜେଟ୍ ଉପରେ ଜବରଦସ୍ତ ଡିସକାଉଣ୍ଟ୍ ମିଳୁଛି । ମୋବାଇଲ୍, ଲ୍ୟାପଟପ୍ ଓ ୱାୟରଲେସ୍ ଇୟରଫୋନ୍ ରେ ବେଷ୍ଟ୍ ଡିଲ ସହିତ ଉପଲବ୍ଧ ହେଉଛି । ତେବେ ଚାଲନ୍ତୁ ଜାଣିବା ସ୍ମାର୍ଟଫୋନ୍ ଉପରେ ମିଳୁଥିବା ଅଫର୍ ସମ୍ପର୍କରେ ।

iPhone 12 , ଫ୍ଲିପକାର୍ଟରେ ୫୩,୯୯୯ ଟଙ୍କାରୁ ଆରମ୍ଭ ହେଉଛି । ଏହା ବ୍ୟତୀତ ଏସବିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହିତ ଏଥିରେ ୧୫୦୦ ଟଙ୍କାର ଡିସକାଉଣ୍ଟ୍ ଦିଆଯାଉଛି । ଯାହାଫଳରେ ଏହାର ଦାମ୍ ୫୨,୪୯୯ ଟଙ୍କା ହେବ । ଆପଣଙ୍କୁ ଏକ୍ସଚେଞ୍ଜ ଅଫର୍ ସହିତ ୧୪, ୯୫୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବ ।