
ବାଲେଶ୍ୱର, ୩୧/୧୦/୨୧ (ଜିଲ୍ଲା ଖବର) : ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବଢିବାରେ ଲାଗିଛି ଅସନ୍ତୋଷ। ସେପଟେ କୁହୁଳିବାରେ ଲାଗିଛି ରାଜନୈତିକ ଆକ୍ରୋଷ। ରାଜ୍ୟବ୍ୟାପି ଆନ୍ଦୋଳନ ଯାରି ରଖିଛି ବିଜେପି।
ମମିତା ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀରେ ନୀଳଗିରି ବିଜେପି ପକ୍ଷରୁ ନୀଳଗିରି ଥାନା ଘେରାଉ କରାଯାଇଛି। ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି।



