
ଗଞ୍ଜାମ,୩୧/୧୦/୨୧ (ଜିଲ୍ଲା ଖବର) : ଗଞ୍ଜାମ ଖଲ୍ଲିକୋଟ ହରିଡାମୂଳ ଘାଟିରେ ସଡକ ଦୁର୍ଘଟଣା। ଘାଟି ଉପରୁ ତଳକୁ ଓଲଟିଲା କଦଳୀ ବୋଝେଇ ଟ୍ରକ। ଆନ୍ଧ୍ର ପ୍ରଦେଶରୁ କଟକ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଡ୍ରାଇଭରକୁ ଆହତ ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଡ୍ରାଇଭରଙ୍କ ପରିବାରକୁ ଖବର ଜଣାଇଛି।



