Tuesday, October 13, 2026
Home ଆଞ୍ଚଳିକ ଆସିକା ହରିହର ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରିଡା ସମାରୋହ

ଆସିକା ହରିହର ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରିଡା ସମାରୋହ

41

ଆସିକା,୨୨/୧୧(ଖିରୋଦ ଚନ୍ଦ୍ର ବେହେରା): ଆସିକା ହରିହର ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରିଡା ସମାରୋହ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ,ଗଞ୍ଜାମ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଆସିକା ବିଡିଓ ସତ୍ୟସୁନ୍ଦର ରାଉତ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲିକ,ଆସିକା ବିଇଓ କୃତିବାସ ବାରିକ,ଆସିକା ହରିହର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ରାଉତ,ଡାକ୍ତର ସୁବ୍ରତ ସ୍ୱରୁପ ପଣ୍ଡା, ଡଃ.ପ୍ରିୟଦର୍ଶନୀ ପଣ୍ଡ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆସିକା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମା ପରିଚାଳନା କରିଥିଲେ । ଏହି କ୍ରିଡା ସମାରୋହରେ ମୋଟ ୯୨ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କ୍ରିଡାରେ କୃତିତ୍ୱ ହାଲ କରିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଛାତ୍ରୀ ସୁଲତା ନାୟକ, ଡାର ଛାତ୍ର ବଳରାମ ସେଠି,ଛାତ୍ରୀ ରଶ୍ମିତା ସେଠି, ଛାତ୍ର ପ୍ରଶାନ୍ତ ମହାରଣା, ଅଞ୍ଜଳି ସେଠି, ଛାତ୍ର ପ୍ରବିଣ ସେଠି, ଛାତ୍ରୀ ଭାଗ୍ୟଲକ୍ଷ୍ମି ସ୍ୱାଇଁ, ଛାତ୍ର ରାହୁଳ ଗୈାଡ, ଛାତ୍ର ପୁନ୍ୟତୟା ଦାଶ, ଛାତ୍ରୀ ଲିଜା ନାୟକ, ଛାତ୍ର ଦୁର୍ଗା ପ୍ରସାଦ ଗୈାଡ, ଛାତ୍ରୀ ଅନିତା ମହାନ୍ତି, ଛାତ୍ର ପ୍ରଶାନ୍ତ କୁମାର ଗୈାଡ,ତେଜସ୍ୱିନୀ ପାତ୍ର, ପ୍ରବିଣ ଦାଶ,ଅଙ୍କିତା ରାଉତ ପ୍ରମୁଖ ଲଙ୍ଗଜମ୍ପ,ଦୈାଡ,ସଟଫୁଟ, ମ୍ୟୁଜିକ ଚେୟାର,ସଫ୍ଟବଲ ଥ୍ରୋ,ହେଣ୍ଡବଲ ପ୍ରମୁଖ କ୍ରିଡାରେ ଭାଗ ନେଇଥିଲେ । ଏହି କ୍ରିଡାରେ କୃତିତ୍ୱ ହାସଲ କରିଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ଆସନ୍ତା ୨୬ ତାରିଖରେ ଅନୁଷ୍ଟିତ ଜିଲ୍ଲା ସ୍ତରୀୟ କ୍ରିଡାରେ ଭାଗ ନେବେ । ଏହି କାର୍ଯ୍ୟକ୍ରମରେ ରାମନାଥ ପଟ୍ଟନାୟକ ଯୋଗ ଦେଇ ପରିଚାଳନାରେ ସକ୍ରିୟ ଭୁମିକା ଗ୍ରହଣ କରିଥିବା ବେଳେ ସିଆରସିସି ସରୋଜ କୁମାର ନାୟକ, ସିଆରିସିସ ଶିବଶଙ୍କର ଜେନା, ନିରଞ୍ଜନ ପରିଡା, ସିମାଚଂଳ ସେଠି, ବିଦ୍ୟାଧର ସାହୁ, ଗଣପତି ସେଠି, ଶୁଭେନ୍ଦୁ ଶେଖର ଜେନା,ଜଗନ୍ନାଥ ଦାଶ,କାଳୁଚରଣ ଲେଙ୍କା, ସତ୍ୟନାରାୟଣ ସେଠି ସାଙ୍ଗକୁ କ୍ରିଡା ଶିକ୍ଷକ କୈଳାସ ଚନ୍ଦ୍ର ଗୈାଡ, ସ୍ୱଦେଶ ଦଳେଇ, କାହ୍ନାଚରଣ ଦାଶ, ଚନ୍ଦ୍ରଶେଖର ଦାଶ,ମୁକେଶ ଦାଶ, ମଦନ ବାଡତ୍ୟା,ଗୋପାଳ କୃଷ୍ଣ ମହାରଣା ଇନ୍ଦିରା ଦାଶ ପ୍ରମୁଖ କ୍ରିଡାରେ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିଲେ ।