Thursday, November 12, 2026
Home ଆଞ୍ଚଳିକ ଆରବିଏଲ ବ୍ୟାଙ୍କ ପକ୍ଷରୁ ୧୦୦ କିମି ସାଇକ୍ଲୋଥନର ଉଦଘାଟନ

ଆରବିଏଲ ବ୍ୟାଙ୍କ ପକ୍ଷରୁ ୧୦୦ କିମି ସାଇକ୍ଲୋଥନର ଉଦଘାଟନ

10

ଭୁବନେଶ୍ୱର,୩୧/୧୦/୨୧ (ଜିଲ୍ଲା ଖବର) : ଆରବିଏଲ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ବରରେ ୧୦୦ କିମି ସାଇକ୍ଲୋଥନର ଉଦଘାଟନ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଇକ୍ଲିଂ ଆଣ୍ଡ ଆଡଭେଞ୍ଚର କ୍ଲବର ୭୦ ଜଣ ସାଇକେଲ ଆରୋହୀ ଅଂଶ ଗ୍ରହଣ କରିଥିଲେ । ଯେଉଁମାନଙ୍କ ମଧ୍ୟରେ ଥିଲେ ବରିଷ୍ଠ ପ୍ରଶାସକ ଓ ଆରବିଏଲ ବ୍ୟାଙ୍କର କର୍ମଚାରୀ, ଭାରତୀୟ ସ୍ଥଳ ସେନା ଓ ସୈନିକ ସ୍କୁଲର ସାଇକେଲ ଆରୋହୀ ।

ଭାରତୀୟ ସେନା ପକ୍ଷରୁ ଭୁବନେଶ୍ବରରେ ସ୍ବର୍ଣ୍ଣିମ ବିଜୟ ମଶାଲକୁ ଆରବିଏଲ ବ୍ୟାଙ୍କ ଆୟୋଜନ କରିଥିବା ସାଇକ୍ଲୋଥନ ପର୍ଯ୍ୟନ୍ତ ଅଣାଯାଇଥିଲା । ଏହି ମଶାଲ ହେଉଛି ୧୯୭୧ ଯୁଦ୍ଧରେ ଭାରତର ବିଜୟର ପ୍ରତୀକ । ୨୦୨୦ ଡିସେମ୍ବର ୧୬ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏହାକୁ ପ୍ରଜ୍ଜ୍ବଳିତ କରିଥିଲେ ଏବଂ ଏହା ଦେଶର ବିଭିନ୍ନ ସ୍ଥାନ ପରିଭ୍ରମଣ କରୁଛି ।