
ନୂଆଦିଲ୍ଲୀ, ୩୧/୧୦/୨୧ (ଜିଲ୍ଲା ଖବର) : ଆଜି ହେଉଛି ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ । ଏହି ଅବସରରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଅମିତ୍ ଶାହା। ଆଇରନ୍ ମ୍ୟାନ୍ ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ‘ଜାତୀୟ ଏକତା ଦିବସ’ ଉତ୍ସବରେ ଭାଗ ନେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଗୁଜୁରାଟର କେଭାଡିଆରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ପ୍ରଥମେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହା ପରେ ସେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଏହା ବ୍ୟତୀତ ସେ ଏକ ପରେଡରେ ଅଧ୍ୟକ୍ଷତା କରିଥିଲେ ଯେଉଁଥିରେ ପାରାମିଲିଟାରୀ ଏବଂ ଗୁଜୁରାଟ ପୋଲିସର ଯବାନମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ITBP, SSB, CISF, CRPF ଏବଂ BSF ର 75 ସାଇକେଲ ଚାଳକ ଏବଂ ତ୍ରିପୁରା, ତାମିଲନାଡୁ, ଜାମ୍ମୁ କାଶ୍ମୀର, ଗୁଜୁରାଟର ପୋଲିସ ଫୋର୍ସରୁ 101 ମୋଟରସାଇକେଲ ଚାଳକ ମଧ୍ୟ ଅଂଶଗ୍ରହଣ କରିଥିଲେ।


