ଦୁଇ କାନ୍ଥ ସନ୍ଧିରେ ଗଳି ପଡିଥିଲା ଅଢେଇ ବର୍ଷର ଶିଶୁ, କାନ୍ଥ କାଟି ଉଦ୍ଧାର କରାଗଲା

4

କଟକ, ୩୧/୧୦/୨୧ (ଜିଲ୍ଲା ଖବର) :  ରଖେ ହରି ତ ମାରେ କିଏ । ମୃତ୍ୟୁ ମୁହଁରୁ ଉଦ୍ଧାର ହେଲା ଶିଶୁ । କାନ୍ଥ କଟାଯାଇ ସାଇପ୍ରିୟାକୁ କରାଗଲା ଉଦ୍ଧାର । ଆଜି ଅପରାହ୍ନରେ ଚୌଦ୍ୱାର ଥାନା ତଳବଜ଼ାରେ ଘଟିଥିଲା ଏଭଳି ହୃଦୟ ବିଦାରକ ଘଟଣା ।

ଛାତ ଉପରେ ଖେଳୁଥିଲା ଦେଢ ବର୍ଷର ଶିଶୁ ସାଇପ୍ରିୟା । ଏହି ସମୟରେ ଅସାବଧାନତା ବସତଃ ଦୁଇ ଘର କାନ୍ଥ ମଧ୍ୟରେ ଗଳି ପଡିଥିଲା ସାଇପ୍ରୟା । ଆଖି ପିଛୁଳାକେ ପ୍ରାୟ 15 ଫୁଟ ତଳକୁ ଖସି ଯାଇଥିଲା ସାଇ ।  ଏବଂ ଫସି ଯାଇଥିଲା  2 କାନ୍ଥ ମଧ୍ୟରେ । ଏହି ଘଟଣା ସମସ୍ତଙ୍କ ମନରେ ଛନକା ପସେଇ ଦେଇଥିଲା ।

ବୁଦ୍ଧି ହୋଇଯାଇଥିଲା ବଣା । କେମିତି ଶିଶୁଟିକୁ ଉଦ୍ଧାର କରାଯିବ ସେ ଚିନ୍ତା ସମସ୍ତଙ୍କୁ ଘାରିଥିବା ବେଳେ ଶେଷରେ ଅଗ୍ନିଶମ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲା ଉଦ୍ଧାର କାର୍ଯ୍ୟ । ଶେଷରେ କୌଶଳ କ୍ରମେ କାନ୍ଥ କଟାଯାଇ ଶିଶୁଟିକୁ ଉଦ୍ଧାର କରାଯାଇଛି ।

ଉଦ୍ଧାର ପରେ ଶିଶୁଟି ସୁସ୍ଥ ଥିବା ଜଣା ପଡିଛି । ପ୍ରାଥମିକ ଡାକ୍ତରୀ ମାଇନା ପାଇଁ ମେଡିକାଲ ପଠାଯାଇଛି । ଛାତ ଉପରେ ଥିବା ଫାଙ୍କ ଖୋଲା ଥିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା ଅଭିଯୋଗ ହୋଇଛି ।