Sunday, November 15, 2026
Home ଆଞ୍ଚଳିକ ଆଜି ରାଜଧାନୀର ବିଭିନ୍ନ ଅଞ୍ଚଳ ଯାତ୍ରା କରିବ ସ୍ବର୍ଣ୍ଣିମ ବିଜୟ ମଶାଲ

ଆଜି ରାଜଧାନୀର ବିଭିନ୍ନ ଅଞ୍ଚଳ ଯାତ୍ରା କରିବ ସ୍ବର୍ଣ୍ଣିମ ବିଜୟ ମଶାଲ

16

ଭୁବନେଶ୍ୱର,୩୧/୧୦/୨୧ (ଜିଲ୍ଲା ଖବର) : ୧୯୭୧ ମସିହାରେ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ବୀର ଯବାନଙ୍କୁ ପ୍ରଦର୍ଶନ ଲାଗି ଭୁବନେଶ୍ବରରେ ପହଞ୍ଚଥିବା ସ୍ବର୍ଣ୍ଣିମ ବିଜୟ ମଶାଲ ଆଜି ରାଜଧାନୀର ବିଭିନ୍ନ ଅଞ୍ଚଳ ଯାତ୍ରା କରିବ। ଆଜି ଜୟଦେବ ବିହାର ସ୍ଥିତ ଆର୍‍.ବି.ଏଲ୍‍ ବ୍ୟାଙ୍କଠାରୁ ଶୋଭାଯାତ୍ରାରେ ବିଜୟ ମଶାଲ ଖଣ୍ଡଗିରି, ପଳାସପଲ୍ଲୀ, ନବୀନ ନିବାସ, ଫରେଷ୍ଟପାର୍କ, ଶିଶୁ ଭବନ,ମାଉସୀମା ମନ୍ଦିର ଛକ ଦେଇ ହୋଟେଲ ଗ୍ରାଣ୍ଡ ଆସିବ ।

ଏହାସହ ସଂଧ୍ୟାରେ ରବିନ୍ଦ୍ର ମଣ୍ଡପଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କୋଭିଡ୍‍ କଟକଣା ଅନୁପାଳନ ଦୃଷ୍ଟିରୁ ସିମୀତ ସଂଖ୍ୟକ ଅତିଥି ଓ ବୀର ଯବାନମାନେ ଉପସ୍ଥିତ ରହିବେ । ଅକ୍ଟୋବର 29ରେ ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଥିବା ଏହି ବିଜୟ ମଶାଲ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହା ଭୁବନେଶ୍ବର ଓ ୪ ତାରିଖରେ କଟକରେ ରହୁଥିବା ୧୯୭୧ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ବୀର ଯବାନମାନଙ୍କ ଗୃହକୁ ବିଭିନ୍ନ ସମୟରେ ଯାତ୍ରା କରିବ।