
ଖୋର୍ଦ୍ଧା,୩୧/୧୦/୨୧ (ଜିଲ୍ଲା ଖବର) : ଖୋର୍ଦ୍ଧା ବଲ୍ଲାଙ୍ଗୀର ୫୭ ଜାତୀୟ ରାଜପଥ ମୁଖ୍ୟ ରାସ୍ତା କପାସିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଶୌଚ କରିବାକୁ ଯାଇଥିବା ବେଳେ ଅଜଣା ଗାଡି ଧକ୍କାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ମହିଳା ହେଲେ କପାସିଆ ଗାଁର ସାବିତ୍ରୀ ମହାପାତ୍ର ଏବଂ ଆଛେଇ ପ୍ରଧାନ ।
ଭୋରୁ ଦୁଇ ଜଣ ଗାଁ ନିକଟରୁ କିଛି ଦୂରକୁ ରାସ୍ତା ଉପରେ ଶୌଚ କରିବାକୁ ଯାଉଥିଲାବେଳେ ଅଘଟଣ ଘଟିଛି । ତେବେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ରାସ୍ତା ଉପରେ ଶବ ପଡିରହିଥିବାବେଳେ କ୍ଷତିପୂରଣ ଦାବିରେ ଖୋର୍ଦ୍ଧା ବଲ୍ଲାଙ୍ଗୀର ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ବୋଲଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



