
ହିଂଜିଳି କାଟୁ, ୩୦/୧୦/୨୧(ଜିଲ୍ଲା ଖବର): ବ୍ରହ୍ମପୁରରେ ବିମାନ ବନ୍ଦର ସ୍ଥାପନ ନେଇ ପ୍ରସ୍ତାବିତ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ସର୍ବଦଳୀୟ ରାଲି ଅନୁଷ୍ଠିତ ହୋଇଯାଇଛି l ଏହି ବିଶାଳ ରାଲି ବ୍ରହ୍ମପୁର ହିଲ ପାଟଣା ରୁ ବାହାରି ହିଂଜିଳି କାଟୁ ଡାକ ବଙ୍ଗଳାଓ ବସଷ୍ଟାଣ୍ଡ ଦେଇ ହିଂଜିଳି ବ୍ଲକ ରେ ପହଞ୍ଚି ଥିଲେ। ଏଥିରେ ଓଡିଶାର ସର୍ବବୃହତ ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ସ୍ଥାପନ ନେଇ ଦୀର୍ଘ ବର୍ଷ ଧରି ଆନ୍ଦୋଳନ, ବିକ୍ଷୋଭ, ଧାରଣା ମାଧ୍ୟମରେ ଦାବି ହେଉଥିଲେ ମଧ୍ୟ ଏହି ଜିଲ୍ଲା ପ୍ରତି ବିଭିନ୍ନ ସମୟରେ ବିଭିନ୍ନ ସରକାର ବୈମାତୃକ ମନୋଭାବ ପୋଷଣ କରି ଆସୁଛନ୍ତି l ଏହି ଜିଲ୍ଲା ଠାରୁ ଭୁବନେଶ୍ୱର ବିମାନ ବନ୍ଦର ୧୭୦କିମି ହେଉଥିବା ସ୍ଥଳେ ଜନସଂଖ୍ୟା ତଥା ଆବଶ୍ୟକ ଭିତ୍ତିଭୂମି ଥିବା ସତ୍ୱେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହତାଦର ଜିଲ୍ଲାବାସୀଙ୍କୁ ଚକିତ କରୁଛି l ଏହି ରାଲି ରେ ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାମ ପ୍ରସାଦ ତ୍ରିପାଠି ଙ୍କ ସଭାପତିତ୍ୱରେ ପୂର୍ବତନ ସଭାପତି ସୁଧାଂଶୁ ଶେଖର ପଣ୍ଡା,ହିଂଜିଳି କାଟୁ ଓକିଲ ସଂଘ ସଭାପତି ଦ୍ବିତୀକୃଷ୍ଣ ସାବତ,ଦେବନନ୍ଦ ମହାପାତ୍ର, ବ୍ରହ୍ମପୁର ବାର ଏସୋସିଏସନ ସମ୍ପାଦକ ପ୍ରଦୀପ ବେହେରା, ବିକାଶ ମଞ୍ଚ ଉପଦେଷ୍ଟା ଡ. ଶିବ ପ୍ରସାଦ ମିଶ୍ର, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ବିଜୟ ପାଣିଗ୍ରାହୀ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ସହ ଅନେକ କର୍ମି ଓ ବୁଦ୍ଧି ଯିବି ପ୍ରମୁଖ ଏହି ରାଲ୍ଲୀରେ ଯୋଗଦାନ କରିଥିଲେ l
ରିପୋର୍ଟ : ତାପସ କୁମାର ପଣ୍ଡା



