Tuesday, November 17, 2026
Home ଆଞ୍ଚଳିକ ପ୍ଲାଷ୍ଟିକ୍ ବର୍ଜନ ନିମନ୍ତେ ସଚେତନତା

ପ୍ଲାଷ୍ଟିକ୍ ବର୍ଜନ ନିମନ୍ତେ ସଚେତନତା

31

ଗୁଣପୁର,୩୦/୧୦/୨୧(ଜିଲ୍ଲା ଖବର): ଗୁଣପୁର ମହାବିଦ୍ୟାଳୟର ଏନସିସି ବିଭାଗ ତରଫରୁ ଆଜି ସକାଳେ ପ୍ଲାଷ୍ଟିକ୍ ବ୍ୟବହାର ନ କରିବା ପାଇଁ ଏକ ସଚେତନତାମୂଳକ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟଠାରୁ ଆରମ୍ଭ କରି ଗୁଣପୁର ବାଏପାସ୍ ଛକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚାଲି ଚାଲି ଜନସାଧାରଣଙ୍କୁ ପ୍ଲାଷ୍ଟିକ ବ୍ଯବହାର ନ କରିବା ପାଇଁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ରଙ୍କ ହାତରୁ ହୋଇଥିଲା । ଏଥିରେ ଏନସିସି ଅଫିସର ଲିଉଟେନାଣ୍ଟ ଜିତେନ୍ଦ୍ର ବଡ଼ମୁଣ୍ଡି , ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି, ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା, ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡା, ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି, ଅଧ୍ୟାପକ ଗୋକୁଳାନନ୍ଦ ସାହୁ, ଅଧ୍ୟାପିକା ବନ୍ଦିତା ଧୁରୁଆ ଓ ଅଧ୍ୟାପିକା ଦିପ୍ତିମୟୀ ବଡ଼ରଇତା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
ରିପୋର୍ଟ: ରାମନାଥ ମହାନ୍ତି