ଟ୍ରକ୍‌-ପିକ୍‌ଅପ ଭ୍ୟାନ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

7

 ଅନୁଗୁଳ,୩୦/୧୦/୨୧ (ଜିଲ୍ଲା ଖବର) :  ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା  ଲକ୍ଷ୍ମୀଧରପୁର ତାରିଣୀ ଛକ ୫୫ନଂମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଟ୍ରକ୍‌ ଓ ପରିବା ବୋଝେଇ ପିକ୍‌ଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ପିକଅପ ଚାଳକଙ୍କ ମୃତ ଘଟିଥିବା ବେଳେ ପିକଅପରେ ଥିବା ହେଲପର ଗୁରୁତର ଅହତ ହୋଇଛନ୍ତି।

ତେବେ ସ୍ଥାନିୟ ଲୋକଙ୍କ ସହାୟତାରେ ଗୁରୁତର ପିକଅପ ହେଲପରକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବା ବେଳେ ଜରପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନଭିନ କରୁଛି । ମୃତକ ପିକଅପ୍ ଡ୍ରାଇଭର ଜଣଙ୍କ ଘର ନରସିଂହପୁର ଅଞ୍ଚଳର ବୋଲି ସୂଚନା ମିଳିଛି ।