
୩୦/୧୦/୨୧ (ଜିଲ୍ଲା ଖବର) : କେଶ ନୁଖୁରା ହେଲେ ମୁହଁ ଅବାଗିଆ ଦିଶେ ଆଉ କଥା ନୁଖୁରା ହେଲେ ଦାଣ୍ଡରେ ପଡି ହାଟରେ ଗଡ଼େ, ଲୋକହସା କରେ। ସେମିତି କିଛି ଲୋକହସା ହେବାକୁ ଯାଉଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।
ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜ୍ୟବ୍ୟାପୀ ତେଜୁଛି ଆନ୍ଦୋଳନ । କ୍ୟାପଟେନଙ୍କ ବିବୃତ୍ତିକୁ ନୁଖୁରା ମନ୍ତବ୍ୟ ବୋଲି କହିଛି କଂଗ୍ରେସ । ନିଜେ ମାନହାନି ମକଦ୍ଦମା ନ କରି ପରିବାର ପକ୍ଷରୁ କାହିଁକି ମକଦ୍ଦମା କରାଗଲା ବୋଲି କ୍ୟାପଟେନଙ୍କୁ ପ୍ରଶ୍ନ । ମନ୍ତ୍ରୀଙ୍କ ମାନହାନି ହେଲେ ସରକାରଙ୍କ ତରଫରୁ ମକଦ୍ଦମା ହେବା କଥା ।
ହେଲେ ସରକାରଙ୍କ ପକ୍ଷରୁ କୌଣସି ମାନହାନି ମକଦ୍ଦମା କରାଯାଇନାହିଁ । ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନିଦ୍ଦିଷ୍ଟ ଭାବେ ଖଣ୍ଡନ କରିନାହାନ୍ତି କ୍ୟାପଟେନ । ଘଟଣାକୁ ସେ ଉପରଠାଉରିଆ ଭାବେ ଖଣ୍ଡନ କରିଛନ୍ତି । ଯାହା ସୂଚୀତ କରୁଛି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ । ଏହା କ’ଣ ଗଣମାଧ୍ୟମର କଣ୍ଠରୋଧ ପାଇଁ ପ୍ରୟାସ ନୁହେଁ କି ? ପ୍ରେସ୍ ସ୍ବାଧୀନତା ଉପରେ ସେ ଆକ୍ରମଣ କରୁନାହାନ୍ତି କି ? ଧମକ ଦେଇ ବିରୋଧୀଙ୍କ ଆନ୍ଦୋଳନକୁ ଚପାଇଦେବାକୁ ଅପଚେଷ୍ଟା ନୁହେଁ କି ? କେବଳର କ୍ଷମତାର ଅଂହକାର ଯୋଗୁଁ ଏପରି ମନ୍ତବ୍ୟ ଦେଉଥିବା କହିଛି କଂଗ୍ରେସ । ମନ୍ତ୍ରୀ ପଦରୁ ଇସ୍ତଫା ନ ଦେବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ କରିବ।


