Monday, November 16, 2026
Home ଆଞ୍ଚଳିକ ମାଙ୍କଡଙ୍କୁ ନେଇ ଚିନ୍ତାରେ ସହରବାସୀ

ମାଙ୍କଡଙ୍କୁ ନେଇ ଚିନ୍ତାରେ ସହରବାସୀ

34

ଗଞ୍ଜାମ, ୩୦/୧୦/୨୧ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଦିନକୁ ଦିନ ବଢି ଚାଲିଛି ମାଙ୍କଡ଼ଙ୍କ ଉତ୍ପାତ । ଯାହାକୁ ନେଇ ଚିନ୍ତାରେ ସହର ବାସୀ । ସହରର ପ୍ରତ୍ୟକ ଗଳି ବଜାର ସବୁଠି ମାଙ୍କଡ଼ଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ବୁଲାବିକାଳୀ ମାନେ ନିଜ ବ୍ୟବସାୟ ଠିକ ଭାବରେ କରିପାରୁନଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳ କାର୍ଯ୍ୟଳୟ ହେଉ କିମ୍ବା କୌଣସି ସରକାରୀ କାର୍ଯ୍ୟାଳୟକୁ କାମରେ ଆସିଥିବା ବ୍ୟକ୍ତି ମାଙ୍କଡ଼ ଆକ୍ରମଣର ଶିକାର ହେଉଛି ।

ଦିନେକି ଦୁଇଦିନ ନୁହେଁ ଏମିତି ବର୍ଷ ବର୍ଷ ଧରି ମାଙ୍କଡ଼ ମାନେ ଆତଙ୍କ ଚଳାଇଆସୁଛନ୍ତି । ଆଉ ଏଇ କିଛି ଦିନ ହେଲା ମାଙ୍କଡ଼ଙ୍କ ଆତଙ୍କ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ କେହି କେହି ନିଜ ଜୀବିକା ହରେଇସାରିଲେଣି । ଏ ନେଇ ଛତ୍ରପୁର ବନଖଣ୍ଡ ଅଧିକାରୀ ଏନ ଏ ସି କତ୍ତୃପକ୍ଷ ଏବଂ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି ସହରବାସୀ ହେଲେ ଫଳ ଶୁନ ।