
ପୁରୀ, ୩୦/୧୦/୨୧ (ଜିଲ୍ଲା ଖବର) : ପୁରୀ ୨୧ ନମ୍ବର ଓ୍ୱାର୍ଡ ଗୋପବନ୍ଧୁ କଲୋନୀର ୮ଟି ପରିବାର ଏବେ ବିପଦରେ। ଏହି ୮ଟି ପରିବାରକୁ ବିନା ନୋଟିସରେ ଉଚ୍ଛେଦ କରୁଛି ପ୍ରଶାସନ। ଦୀର୍ଘ ବର୍ଷ ଧରି ଏମାନେ ଏଠାରେ ରହି ଆସୁଛନ୍ତି।
ଏମାନଙ୍କ ଭୋଟ ପରିଚୟପତ୍ରରେ ମଧ୍ୟ ଗୋପବନ୍ଧୁ କଲୋନୀ ଉଲ୍ଲେଖ ରହିଛି। ତେବେ ଏମାନଙ୍କୁ ହଠାତ କୌଣସି କାରଣ ନଜଣାଇ ବିସ୍ଥାପିତ କରିବାକୁ ପ୍ରଶାସନ କହିଥିବାରୁ ସ୍ଥାନୀୟ ଅଧିବାସୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଆଗରୁ ମଧ୍ୟ ଏଭଳି ଭାବରେ ଉଚ୍ଛେଦ କରାଯାଇଥିବାବେଳେ ପୁଣି ଥରେ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି।



