Wednesday, November 11, 2026
Home ଆଞ୍ଚଳିକ ଆର୍ଯ୍ୟନ ଜେଲରୁ ମୁକୁଳିବା ପରେ, ଶାହାରୁଖଙ୍କୁ ଏପରି ପରାମର୍ଶ ଦେଲେ ପିୟୁଷ ମିଶ୍ରା

ଆର୍ଯ୍ୟନ ଜେଲରୁ ମୁକୁଳିବା ପରେ, ଶାହାରୁଖଙ୍କୁ ଏପରି ପରାମର୍ଶ ଦେଲେ ପିୟୁଷ ମିଶ୍ରା

15

ମୁମ୍ବାଇ,୩୦/୧୦/୨୧ (ଜିଲ୍ଲା ଖବର) : ଆଜିର ଦିନ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପାଇଁ ବହୁତ୍ ଖୁସିର ଦିନ । କାହିକି ନାଁ, ଜେଲରୁ ମୁକୁଳିବା ପରେ ଆଜି ଶାହରୁଖଙ୍କ ଘର ମାନେ ‘ମନ୍ନତ’କୁ ଫେରିଛନ୍ତି ତାଙ୍କର କୁଳନନ୍ଦନ ଆର୍ଯ୍ୟନ ଖାନ୍ । ଦୀର୍ଘ ୨୭ ଦିନ ଜେଲରେ ରହିବା ପରେ, ଆଜି ସେ ଘରକୁ ଫେରିଛନ୍ତି । ଆଜି ତାଙ୍କୁ ଜେଲରୁ ଆଣିବାକୁ ସେଠାରେ ଯାଇ ପହଞ୍ଚିଥିଲେ ଶାହରୁଖ୍ ଖାନ୍ । ତେବେ ଆଜି ସେ ଫେରି ଆସିଥିବା ଖୁସିରେ, ମନ୍ନତରେ ଖୁସିର ମାହୋଲ ଭରି ରହିଛି । ଶାହରୁଖ ଏବଂ ଗୌରୀଙ୍କ ଖୁସି ଆଜି କହିଲେ ନସରେ ।

କିନ୍ତୁ ପୂର୍ବରୁ ଶାହରୁଖ୍ ଖାନଙ୍କ କୋ-ଷ୍ଟାର୍ ରହି ଆସିଥିବା ପିୟୁଷ ମିଶ୍ରା ଏକ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଆର୍ଯ୍ୟନଙ୍କୁ ନେଇ ଶାହରୁଖଙ୍କୁ ପରାମର୍ଶ ଦେଇଛନ୍ତି ।  

ପିୟୁଷ ମିଶ୍ରା ଏକ ସାକ୍ଷାତକାର୍‌ରେ କହିଛନ୍ତି, ‘ତାଙ୍କୁ ଜାମିନ୍‌ ମିଳିଗଲା, ସେ ବାହାରକୁ ଆସିଗଲା। ବର୍ତ୍ତମାନ ଶାହରୁଖ ଖାନ ଜାଣନ୍ତୁ, ତାଙ୍କ ପୁଅକୁ ଜାଣନ୍ତୁ, ସମୀର ୱାଙ୍ଖଡେ ଜାଣନ୍ତୁ। ମତେ ସେଥିରେ କ’ଣ ଅଛି ? ଠିକ ଅଛି ତୁମେ ଯାହା କରିଛ ତାହା ତୁମେ ଭୋଗିବ।  ନିଜ ନିଜ ପିଲାମାନଙ୍କୁ ସମ୍ଭାଳିକି ରଖ।’ ପିୟୁଷ ମିଶ୍ରାଙ୍କ ଏପରି ବୟାନ, ଏବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରାଇଛି ।