
ଗଞ୍ଜାମ, ୩୦/୧୦/୨୧ (ଜିଲ୍ଲା ଖବର) : ଗଞ୍ଜାମ ଛତ୍ରପୁର କଲେଜ ଛକ ନିକଟରେ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ କଲଭର୍ଟକୁ ପିଟିଲା ଯାତ୍ରୀବାହୀ ବସ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବ୍ରହ୍ମପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ହରିହର ନାମକ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବରେ ଥିବା ଏକ କଲଭର୍ଟ କୁ ପିଟିହୋଇଥିଲା ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସରେ ଥିବା ୨୦ଜଣ ଯାତ୍ରୀ କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। କେଉଁ କାରଣ ଯୋଗୁଁ ବସଟି ଦୁର୍ଘଟଣା ଗ୍ରସ୍ତ ହେଲା ତାହାର ତଦନ୍ତ ଚଳାଇଛି ।



