
୩୦/୧୦/୨୧ (ଜିଲ୍ଲା ଖବର) : ପୃଥିବୀର ଉପର ଅଂଶ ଯେତେ ରହସ୍ୟରେ ପରିପୂର୍ଣ୍ଣ, ପୃଥିବୀର ଭିତର ଭାଗ ବି ସେତିକି ରହସ୍ୟମୟ ।ବୋଧହୁଏ ଏଠାରେ ଏକ ନୂତନ ଜଗତ ଅଛି? କିମ୍ବା ପୃଥିବୀର ଭିତର ଅଂଶ ଏହିପରି ଅନେକ ତରଳ ପଦାର୍ଥରେ ପରିପୂର୍ଣ୍ଣ, ଯାହା ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ । ପୃଥିବୀର ଆଭ୍ୟନ୍ତର, ଯାହା ଆମେ ରହୁଥିବା ମାଟିତଳେ ଅଛି। ଆମେ ହୁଏତ ବେଳେ ବେଳେ ତାକୁ କହୁ ପାଳାତ। ଏ ଅନ୍ଧାରି ରାଇଜ ବିଷୟରେ ଆମେ ବିଶେଷ କିଛି ଜାଣିନାହୁଁ। ବୌଜ୍ଞାନିକମାନେ ବି ଅଧିକ କିଛି ଅନ୍ୱେଷଣ କରିପାରିନାହାନ୍ତି। ଅନୁମାନ କରାହେଉଛି, ପେଣ୍ଡୁଭଳି ଦେଖାଯାଉଥିବା ଆମ ପୃଥିବୀ ଭିତରେ ଭରି ରହିଛି ଅନେକ ପ୍ରକାରର ତରଳ ପଦାର୍ଥ। ଏଗୁଡିକ ଖୁବ ଗରମ। ଟକମକ ହୋଇ ଫୁଟୁଛି। ତାପମାତ୍ରା ବିଶ୍ୱାସ କରିପାରିବେନି। ହଜାର ହଜାର ଡିଗ୍ରି ସେଣ୍ଟିଗ୍ରେଟ। ଏହି ତରଳ ପଦାର୍ଥ ବାହାରକୁ ବାହାରିବାକୁ ଚେଷ୍ଟା କଲେ ଆଗ୍ନେୟଗିରି ଉଦଗିରଣ ହୁଏ। ବାହାରକୁ ବୋହି ଚାଲେ ଏହି ଅତ୍ୟଧିକ ଉତତ୍ପ ତରଳ ପଦାର୍ଥ।ଯାହାର ନାଁ ମାଗ୍ମା। ବୌଜ୍ଞାନିକମାନଙ୍କର ନୂଆ ତଥ୍ୟ ଆପଣଙ୍କୁ ଅଧିକ ଚିନ୍ତାରେ ପକାଇବ। ବର୍ତ୍ତମାନ ପର୍ୟ୍ୟନ୍ତ ଆମର ଧାରଣା ଥିଲା ଯେ, ଆମ ପୃଥିବୀର କେନ୍ଦ୍ର ବିନ୍ଦୁ ଅର୍ଥାତ୍ ଭିତର କଠିନ ଅଟେ, କିନ୍ତୁ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ସମ୍ପୂର୍ଣ୍ଣ କଠିନ ନୁହେଁ।
ଏହି ନୂତନ ଅଧ୍ୟୟନ ଫିଜିକ୍ସ ଅଫ୍ ଦି ଆର୍ଥ ଏବଂ ପ୍ଲାନେଟାରୀ ଇଣ୍ଟିରିୟର୍ସ ଏକ ପତ୍ରିକାରେ ପ୍ରକାଶ ପାଇଛି। ଏହା ତଳେ ପୃଥିବୀର ଭିତର ମୂଳ, ଯାହାକୁ ଆମେ ପାତାଳ ବୋଲି କହିଥାଉ । ଏହାର ପ୍ରଥମ ସ୍ତର କଠିନ, ତାପରେ ଏହା ପରେ ଦ୍ୱିତୀୟ ସ୍ତର କିଛି ମାତ୍ରାରେ ନରମ ହୋଇଥିବାବେଳେ ତୃତୀୟ ସ୍ତରରେ ତରଳ ଧାତୁ ଥାଏ । ଇଂଲଣ୍ଡର ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନୀ ଜେସିକା ଇର୍ଭିଙ୍ଗ କହିଛନ୍ତି ଯେ ଆମେ ଏକ ନୂତନ ଜଗତ ଖୋଜୁଛୁ। ଆମେ ଯେତେ ଅଧିକ ଦେଖିବା, ଏହା ଅଧିକ ଦେଖାଯାଏ ଏହା କେବଳ ଲୁହାର ଏକ କଠିନ ବଲ୍ ନୁହେଁ ।


