
ନୂଆଦିଲ୍ଲୀ : ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ମଜଭୁତ କରିବା ପାଇଁ ଭାରତ ଓ ଫିନଲାଣ୍ଡ ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି ।
ଲାଭ:
- ବୁଝାମଣା ପତ୍ରର ପ୍ରମୁଖ ବିଶେଷତ୍ୱ ନିମ୍ନରେ ପ୍ରଦାନ କରାଗଲା-
·ପର୍ଯ୍ୟଟନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସହଯୋଗୀ ସମ୍ବନ୍ଧକୁ ଆଧାର କରିବା ।
- ପର୍ଯ୍ୟଟନ ସମ୍ବନ୍ଧୀୟ ତଥ୍ୟ,ସୂଚନା,ବିଶେଷଜ୍ଞତା ଆଦିର ଆଦାନ-ପ୍ରଦାନ ।
- ପର୍ଯ୍ୟଟନ ନୀତିର ଯୋଜନା,କାର୍ଯ୍ୟାନ୍ୱୟନ ଏବଂ ବିକାଶକୁ ଆଖି ଆଗରେ ରଖି ନୀତି ନିର୍ଦ୍ଧାରଣ,ନିୟମ ପ୍ରଣୟନ ଏବଂ ମାନକୀକରଣ ସମ୍ବନ୍ଧରେ ଅଭିଜ୍ଞତା ବାଂଟିବା।
- ବୈଠକ,କାର୍ଯ୍ୟଶାଳା,ଅଧିବେଶନ ମାନଙ୍କର ଆୟୋଜନ ଏବଂ ସ୍ଥଳ ମାନଙ୍କର ମୂଲ୍ୟାୟନ ଜରିଆରେ କମ୍ପାନୀ ତଥା ସଙ୍ଗଠନ ମଧ୍ୟରେ ମିଳିତ ପରିଯୋଜନା,ପ୍ରାୟୋଗିକ ପରିଯୋଜନା ଏବଂ ବୁଝାମଣାର ବିସ୍ତାର ଆଦିର ସୁବିଧା ।
- ସହଯୋଗ ପାଇଁ ଫିନଲାଣ୍ଡ ଓ ଭାରତର ବିଶେଷଜ୍ଞ ମାନଙ୍କର ଷ୍ଟଡି ଟୁର ଏବଂ କର୍ମଶାଳା ଜରିଆରେ ଉତ୍କୃଷ୍ଟପ୍ରଚାଳନର ଆଦାନ ପ୍ରଦାନ ।
- ଅନ୍ତଃରାଷ୍ଟ୍ରୀୟ ବିତ୍ତୀୟ ସଂସ୍ଥାନ ମାନଙ୍କର ବହୁସ୍ତରୀୟ ବିକାଶ କାର୍ଯ୍ୟକ୍ରମ ତଥା ପରିଯୋଜନାର ସମ୍ବନ୍ଧରେ ସହଯୋଗକୁ ପ୍ରୋତ୍ସାହନ, ଯେଉଁଥିରେ ଉଭୟ ପକ୍ଷର ଲାଭ ନିହିତ ରହିଛି ।
ସ୍ରୋତ-ପିଆବି



