Sunday, November 15, 2026
Home ଆଞ୍ଚଳିକ ଘରକୁ ଫେରିଲେ, ଶାହରୁଖଙ୍କ କୂଳନନ୍ଦନ

ଘରକୁ ଫେରିଲେ, ଶାହରୁଖଙ୍କ କୂଳନନ୍ଦନ

16

ମୁମ୍ବାଇ,୩୦/୧୦/୨୧ (ଜିଲ୍ଲା ଖବର) : ଅପେକ୍ଷାର ଅନ୍ତ ଘଟିଲା । ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟିରେ ଚାଲିଥିବା ଡ୍ରଗ୍ସ ମାମଲାରେ ଗିରଫ ହୋଇ ଦୀର୍ଘ ସମୟ ଧରି ଜେଲରେ ଥିବା ଆର୍ଯ୍ୟନ ଖାନଙ୍କୁ ଜାମିନ୍ ମିଳି ସାରିଛି । ଏବଂ ଆଜି ମନ୍ନତରେ ଆସି ପହଞ୍ଚିଛନ୍ତି ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ । ତେବେ ତାଙ୍କ ଆସିବା ବାଟକୁ କିଛି ଧରି ଚାହିଁ ରହିଥିଲେ ଆର୍ଯ୍ୟନଙ୍କ ପୁରା ପରିବାର । ଆଜି ମନ୍ନତରେ ଏକଦମ୍ ଖୁସିର ମାହୋଲ ଦେଖା ଦେଇଛି । ଏବଂ ମନ୍ନତ ବାହାରେ ଭିଡ ମଧ୍ୟ ଲାଗି ରହିଥିଲା ।

ତେବେ ଆଜି ଜେଲରୁ ପୁଅକୁ ଘରକୁ ଆଣିବାକୁ ଆର୍ଥର ରୋଡ୍ ଜେଲରେ ଯାଇ ପହଞ୍ଚିଥିଲେ ଅଭିନେତା ଶାହରୁଖ ଖାନ୍ । ଏବଂ ସାଙ୍ଗରେ ପୁଅକୁ ଧରି ମନ୍ନତ କୁ ଫେରିଛନ୍ତି ସେ ।