
ନବରଙ୍ଗପୁର, ୩୦/୧୦/୨୧ (ଜିଲ୍ଲା ଖବର) : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ବାବାଜିଗୁଡ଼ା ନିକଟରେ ସଡ଼କ ଦୁର୍ଘଟଣା । ଏକ ଗଛକୁ ପିଟି ହେଲା ସ୍କର୍ପିଓ । ଗାଡ଼ିରେ ଥିବା 10 ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।
ସମସ୍ତ ଗୁରୁତରଙ୍କୁ ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଯାତ୍ରୀ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ ଏବଂ ନବରଙ୍ଗପୁର ଦେଇ ଝାଡ଼ଖଣ୍ଡକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକ ଆଶିଷ କୁମାର ବୋଲି ଜଣାପଡ଼ିଛି ।



