
ମୁମ୍ବାଇ,୩୦/୧୦/୨୧ (ଜିଲ୍ଲା ଖବର) : ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟିରେ ଚାଲିଥିବା ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲରେ ଥବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ ଙ୍କୁ , ନିକଟରେ ବମ୍ବେ ହାଇକୋର୍ଟରୁ ଜାମିନ୍ ପ୍ରଦାନ କରାଯାଇଛି । ବାରମ୍ବାର ତାଙ୍କର ଜାମିନ୍ ଆବେଦନ ଖାରଜ ହେବା ପରେ, ଶେଷରେ ତାଙ୍କୁ ଜାମିନ୍ ମିଳିଛି । ତେବେ ଆର୍ଯ୍ୟନଙ୍କୁ ଜାମିନ୍ ମିଳିବା ଖୁସିରେ ତାଙ୍କର ପରିବାର ସହିତ, ପୁରା ମନ୍ନତରେ ଖୁସିର ମାହୋଲ ରହିଛି । ଦୀର୍ଘ ୨୭ ଦିନ ପରେ, ମନ୍ନତକୁ ଫେରିବେ ଆର୍ଯ୍ୟନ ଖାନ୍ ।
ଅନ୍ୟପଟେ ଏକଥା ମଧ୍ୟ କୁହାଯାଉଛି ଯେ, ଆଉ କିଛି ଦିନ ପରେ ଶାହରୁଖ ଖାନଙ୍କ ଜନ୍ମଦିନ । ତେବେ ତାଙ୍କ ଜନ୍ମଦିନ ପୂର୍ବରୁ ଏହା ତାଙ୍କ ପାଇଁ ଏକ ବଡ ଉପହାର କହିଲେ କିଛି ଭୂଲ ହେବ ନାହିଁ ।


