
ନୂଆଦିଲ୍ଲୀ ,୩୦/୧୦/୨୧ (ଜିଲ୍ଲା ଖବର) : କନ୍ନଡ ଫିଲ୍ମ ଅଭିନେତା ପୁନୀତ୍ ରାଜକୁମାରଙ୍କ ଗତକାଲି ମାତ୍ର ୪୬ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି । ତେବେ ତାଙ୍କ ଦେହାନ୍ତରେ ମନୋରଞ୍ଜନ ଦୁନିଆକୁ ଗଭୀର ଝଟକା ଲାଗିଛି । ତାଙ୍କର ପାର୍ଥିବ ଶରୀରକୁ ବେଙ୍ଗାଲୁରୁର କାଣ୍ଟେରାଭା ରଖା ଯାଇଛି । ଯେଉଁଠାରେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ତାଙ୍କ ଫ୍ୟାନ୍ସ ମାନଙ୍କର ଭିଡ ଲାଗିଛି । ତେବେ ସେଠାରେ ଏପରି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଅନେକ କ୍ଷେତ୍ରରେ ୧୪୪ ଧାରା ଲାଗୁ କରାଯାଇଛି ା
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ ମଧ୍ୟ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହା ସହିତ, ପୁରା ରାଜକୀୟ ସମ୍ମାନ ସହିତ ଅଭିନେତା ପୁନୀତ୍ ରାଜକୁମାରଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ରାଜ୍ୟର ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । କେବଳ ଏତିକି ନୁହେଁ, ଏହା ସହିତ ବେଙ୍ଗାଲୁରୁରେ ମଦ ଦୋକାନକୁ ଦୁଇ ରାତି ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଯେପରି କୌଣସି ପ୍ରକାରର ଅଘଟଣ ଘଟିବା ଉଚିତ ନୁହେଁ, ବୋଲି ପୋଲିସ ସତର୍କ ରହିଛି ।


