
୩୦/୧୦/୨୧ (ଜିଲ୍ଲା ଖବର) : ବିଶ୍ବର ସବୁଠୁ ବଡ଼ ମୁସଲିମ ଦେଶର ରାଜକୁମାରୀ ଇସଲାମ ଛାଡି ଆପଣାଇଲେ ହିନ୍ଦୁ ଧର୍ମ । ଏ ଖବର ଗତ ସପ୍ତାହେ ଧରି ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । କଟ୍ଟରପନ୍ଥୀ ମୁସଲିମ ଏ ଖବରକୁ ସହଜରେ ହଜମ କରିପାରୁ ନାହାନ୍ତି । କିନ୍ତୁ ସବୁଠୁ ବଡ଼ କଥା ହେଉଛି ଖୋଦ୍ ଯେଉଁ ଦେଶ ଇଣ୍ଡୋନେସିଆରେ ଏ ଘଟଣା ଘଟିଛି ସେଠାରେ ଏ ନିଷ୍ପତିକୁ ନେଇ କେହି ଆପତ୍ତି ଉଠାଇ ନାହାନ୍ତି । କାରଣ ଇସଲାମ ଛାଡ଼ି ହିନ୍ଦୁ ଧର୍ମ ଆପଣଇଥିବା ସୁକମାବତୀ କୌଣସି ସାଧାରଣ ମହିଳା ନୁହନ୍ତି । ତେବେ କଣ ଏପରି ପରିସ୍ଥିତି ହେଲା ଯେଉଁଥିପାଇଁ 70 ବର୍ଷ ବୟସରେ ସୁକମାବତୀଙ୍କୁ ଏପରି ନିଷ୍ପତି ନେବାକୁ ପଡ଼ିଲା । ଆଉ କାହିଁକି ତାଙ୍କର ଏପରି ନିଷ୍ପତିକୁ ଦେଶବାସୀ ନୀରବ ସମର୍ଥନ ଜଣାଉଛନ୍ତି ଦେଖିବା ଏହି ରିପୋର୍ଟରେ ।
ଇଏ କୌଣସି ସାଧାରଣ ମହିଳା ନୁହନ୍ତି । ଇଣ୍ଡୋନେସିଆର ପ୍ରତିଷ୍ଠାତା ତଥା ପ୍ରଥମ ରାଷ୍ଟ୍ରପତିଙ୍କ ଝିଅ ଏବଂ ପଞ୍ଚମ ରାଷ୍ଟ୍ରପତିଙ୍କ ସାନ ଭଉଣୀ । ଏହାଛଡ଼ା ସୁକମାବତୀ ସୁକର୍ଣ୍ଣୋପୁତ୍ରୀ ହେଉଛନ୍ତି ଇଣ୍ଡୋନେସିଆ ନ୍ୟାସନାଲ ପାର୍ଟିର ସଂସ୍ଥାପକ । ଇଣ୍ଡୋନେସିଆର ଜଣେ ଚର୍ଚ୍ଚିତ ଚେହେରା । ଯିଏ ଗତ ସୋମବାର ଯାଏ ମୁସଲମାନ ଥିଲେ। କିନ୍ତୁ ଏବେ ସେ ବନିଯାଇଛନ୍ତି ହିନ୍ଦୁ । ମଙ୍ଗଳବାର ଏକ ଭବ୍ୟ ଉତ୍ସବରେ ସୁକମାବତୀ ସୁକର୍ଣ୍ଣୋପୁତ୍ରୀ ସଂପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ହିନ୍ଦୁ ଧର୍ମକୁ ଆପଣାଇ ନେଇଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି ଯେତେବେଳେ ସୁକମାବତୀ ଇସଲାମ ଛାଡ଼ି ହିନ୍ଦୁ ଧର୍ମ ଆପଣାଉଥିଲେ ସେଠାରେ ଉପସ୍ଥିତ ଥିଲେ ତାଙ୍କର ପୁରା ପରିବାର ଯେଉଁମାନେ ଏବେବି ମୁସଲମାନ ଅଛନ୍ତି ।
ଖାଲି ପରିବାର ଲୋକଙ୍କର ସମର୍ଥନ ନୁହେଁ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏତେ ବଡ଼ ଚର୍ଚ୍ଚିତ ଚେହେରା ଇସଲାମ ଛାଡ଼ି ହିନ୍ଦୁ ଧର୍ମ ଆପଣାଇଲେ କିନ୍ତୁ ଇଣ୍ଡୋନେସିଆରେ ଜଣେ ହେଲେ ଏହାକୁ ବିରୋଧ କଲେ ନାହିଁ । ସୁକମାବାତୀଙ୍କ ପୁଅମାନେ ମାଆଙ୍କର ଏପରି ନିଷ୍ପତିକୁ ତ ସ୍ବାଗତ କରିଛନ୍ତି । ସନାତନ ଧର୍ମୀଙ୍କର ସବୁଠୁ ବଡ଼ପଣ ହେଉଛି ସହିଷ୍ଣୁତା । ସେଇଥିପାଇଁ ଯେଉଁ ଦେଶର ବାସିନ୍ଦା 600 ବର୍ଷ ତଳେ ହିନ୍ଦୁ ଧର୍ମଛାଡ଼ି ଇସଲାମକୁ ଆପଣାଇନେଇଥିଲେ ସେମାନଙ୍କ ଭିତରେ ଏବେବି ସହିଷ୍ଣୁତା ବାକି ଅଛି ।
ଇଣ୍ଡୋନେସିଆର ବାଲି ଦ୍ବୀପର ସୁକର୍ଣ୍ଣୋ ସେଣ୍ଟର ଅଫ ହେରିଟେଜ ଏରିଆରେ 26 ଅକ୍ଟୋବର ଦିନ ଶୁଦ୍ଧି ବଦାନି ନାମକ ଏକ ଧାର୍ମିକ କାର୍ଯ୍ୟକ୍ରମରେ ହିନ୍ଦୁ ଧର୍ମ ଆପଣାଇଛନ୍ତି ସୁକମାବତୀ । ମୁସଲମାନରୁ ବନିଯାଇଛନ୍ତି ହିନ୍ଦୁ । ଶୁଦ୍ଧି ବଦାନୀ ଅର୍ଥାତ ଧର୍ମ ପରିବର୍ତ୍ତନ କରିଛନ୍ତି ସୁକମାବତୀ । ତେବେ ରାଜକୁମାରୀ ସୁକମାବାତୀ ସୁକର୍ଣ୍ଣୋପୁତ୍ରୀ କାହିଁକି 70 ବର୍ଷ ବୟସରେ ଇସଲାମ ଛାଡ଼ି ହିନ୍ଦୁ ଧର୍ମ ଆପଣାଇଲେ ତାର ପୁରା କାହାଣୀ ଆସନ୍ତୁ ଜାଣିବା ।
ସୁକମାବତୀ ସୁକର୍ଣ୍ଣୋପୁତ୍ରୀଙ୍କ ବିବାହ ଆଦିପତି ଆର୍ୟଙ୍କ ସହ ହୋଇଥିଲା । କିନ୍ତୁ 1984ରେ ସେମାନଙ୍କର ତଲାକ ହୋଇଯାଇଥିଲା । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେଉଁ ସୁକମାବାତୀଙ୍କ ସ୍ବାମୀଙ୍କ ନାଁ ଆଦିବତି ଆର୍ୟ ସେ ମୁସଲମାନ କିପରି ହୋଇଥିବେ । କାରଣ ଏପରି ନାଁ ତ ହିନ୍ଦୁମାନଙ୍କର ରଖାଯାଏ। ଏପରି ନହେଁ ତ ସୁକମାବତୀଙ୍କ ସ୍ବାମୀ ଲଭ ଜିହାଦ ପାଇଁ ନିଜ ନାଁ ବଦଳାଇ ଦେଇଥିଲେ । ଯହା ଭାରତରେ ଆଜିକାଲି ଖୁବ ଚାଲିଛି । କିନ୍ତୁ ପ୍ରକୃତରେ ସେପରି କିଛି ନୁହେଁ । ଇଣ୍ଡୋନେସିଆର ମୁସଲିମାନଙ୍କର ଏପରି ନାମକରଣ ଅତି ସାଧାରଣ କଥା। କାରଣ ସେଠାକାର ଲୋକଙ୍କର ଧର୍ମ ଇସଲାମ ହେଲେ ବି ସେମାନଙ୍କ ସଂସ୍କୃତି ହେଉଛି ସନାତନ ସଂସ୍କୃତି ।
ତେବେ 3 ବର୍ଷ ତଳେ ଅର୍ଥାତ 2018ରେ ସୁକମାବତୀ ସୁକର୍ଣ୍ଣୋପୁତ୍ରୀ ଖୁବ୍ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ତାଙ୍କର ଏକ କବିତା ସାରା ବିଶ୍ବରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଲେଖିଥିଲେ ଜାଭାର ହିନ୍ଦୁ ମହିଳାଙ୍କ ଯୋଡ଼ା ଇସଲାମୀ ଚାଦରଠାରୁ ଅଧିକ ସୁନ୍ଦର । ତାପରେ ଆଉ କଣ ହୋଇଥାନ୍ତା ଏହାକୁ କଟ୍ଟରପନ୍ଥୀମାନେ, ଇସଲାମର ଅପମାନ କହି ବିରୋଧ କରିଥିଲେ ଓ କ୍ଷମାପ୍ରାର୍ଥନା ଦାବି କରିଥିଲେ । ସୁକମାବତୀଙ୍କୁ ଶେଷରେ କ୍ଷମା ବି ମାଗିବାକୁ ପଡ଼ିଥିଲା । ତେବେ ସେହି ବିବାଦୀୟ କବିତା ସେବେଠାରୁ ସୂଚାଇ ଦେଇଥିଲା ସୁକମାବତୀଙ୍କର ହିନ୍ଦୁ ଧର୍ମ ପ୍ରତି କେତେ ଶ୍ରଦ୍ଧା ରହିଛି ।
ଇସଲାମ ଧର୍ମରେ ଥାଇ ବି 70 ବର୍ଷିୟା ସୁମାବତୀ ହିନ୍ଦୁ ଧର୍ମ ଶାସ୍ତ୍ର ଉପରେ ବହୁ ଅଧ୍ୟୟନ କରିଥିଲେ । ପୂର୍ବରୁ ମଧ୍ୟ ବାଲି ଦ୍ବୀପକୁ ବିଭିନ୍ନ ସମୟରେ ଆସି ହିନ୍ଦୁ ଧର୍ମ ସମାରୋହରେ ସାମିଲ ହେଉଥିଲେ । ଅର୍ଥାତ ସେ ବହୁ ଦିନରୁ ହିନ୍ଦୁ ହେବାକୁ ମନ ବନାଇ ସାରିଥିଲେ। ସୁକମାବତୀଙ୍କର ଏହି ନିଷ୍ପତି ପଛରେ ତାଙ୍କ ଜେଜେମାଆଙ୍କର ବଡ଼ ପ୍ରେରଣା ଥିବା ଜଣାପଡ଼ିଛି । ସୁକମାବତୀଙ୍କର ଦିବଂଗତ ଜେଜେମାଆ ଇଦା ଆୟୁ ନ୍ୟୋମନରାୟ ଶିରିମ୍ବେନଙ୍କ ଜଣେ ହିନ୍ଦୁ ମହିଳା ଥିଲେ । ସେ ବାଲି ଦ୍ବୀପର ବାସିନ୍ଦା ଥିଲେ । ଜେଜେମାଆଙ୍କ ଯୋଗୁଁ ସୁକୁମାବତୀଙ୍କର ପିଲାଦିନରୁ ହିଁ ହିନ୍ଦୁ ଧର୍ମ ପ୍ରତି ଆଗ୍ରହ ରହିଥିଲା । ସେ ହିନ୍ଦୁ ଧର୍ମଶାସ୍ତ୍ର ଓ ପରମ୍ପରା ପ୍ରତି ଖୁବ୍ ପ୍ରଭାବିତ ହୋଇଥିଲେ । ସେଥିପାଇଁ ନିଜକୁ ସନାତନ ଧର୍ମଠାରୁ ଆଉ ଦୂରେଇ ରଖିପାରିଲେ ନାହିଁ । 70 ବର୍ଷ ବୟସରେ ବିଶ୍ବର ସର୍ବପୁରାତନ ଧର୍ମରେ ନିଜକୁ ସାମିଲ କରିନେଲେ ସୁକମାବତୀ ।


