ପଇସା ନଦେବାରୁ ବାଟୋଇଙ୍କୁ ଆକ୍ରମଣ କଲେ କିନ୍ନର

9

ଜଗତସିଂହପୁର,୩୦/୧୦/୨୧ (ଜିଲ୍ଲା ଖବର) : ପଇସା ନଦେବାରୁ ବାଟୋଇଙ୍କୁ ଆକ୍ରମଣ କଲେ କିନ୍ନର । ଏ ଅଭିଯୋଗ କରିଛନ୍ତି 2 ଭାଇ ଭଉଣୀ । କଟକ, ପାରାଦୀପ ଦୋଛକି ନିକଟରେରେ ଯାହାକୁ ନେଇ ଉତ୍ତେଜନା ଦେଖାଯାଇଥିଲା l ଗାଡ଼ି ମୋଟର ବନ୍ଦ କରି ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ସାଧାରଣ ଜନତା l

ଗତକାଲି ରାତି ପ୍ରାୟ ୮ଟା ସମୟରେ କୁଜଙ୍ଗ ବଡ଼ବନ୍ଧ ଗାଁର କିଛି ଯୁବକ, ଯୁବତୀ ପାରାଦୀପ ଲାଇଟହାଉସ ନିକଟରେ ନିଜର ଜନ୍ମଦିନ ପାଳନ କରି ଫେରୁଥିଲ । ସେହି ସମୟରେ କଟକ, ପାରାଦୀପ ରାଜପଥ ଦୋଛକି ନିକଟରେ କିନ୍ନର ମାନେ ଜଣେ ଯୁବକଙ୍କ ବାଇକ୍ ଅଟକାଇ ପଇସା ମାଗିଥିଲେ ।

 ପଇସା ନ ଦେବାରୁ ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପଛରେ ଆସୁଥିବା ଯୁବକଙ୍କ ଭଉଣୀ ଏହା ଦେଖି ପ୍ରତିବାଦ କରିବାରୁ କିନ୍ନର ମାନେ ସମସ୍ତଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ବାଡେଇଥିବା ନେଇ ଯୁବତୀ ମାନେ ଅଭିଯୋଗ କରିଛନ୍ତି ।

ଏହାସହ ରାସ୍ତାରେ ଯାଉଥିବା ପଥଚାରୀ ମାନେ ରାସ୍ତାରେ ଅଟକି ରହିବା ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିଲା । ପ୍ରତିବାଦର ଟାୟାର ଜାଳି ଉତ୍ୟକ୍ତ ଜନତା ରାସ୍ତା ଅବରୋଧ କରିଥିଲେ l ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା ।