
ମୁମ୍ବାଇ,୩୦/୧୦/୨୧ (ଜିଲ୍ଲା ଖବର) : ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟିରେ ଚାଲିଥିବା ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କୁ ନିକଟରେ ଜାମିନ୍ ମିଳି ସାରିଛି । ତେବେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ପାଇଁ, ଅଭିନେତ୍ରୀ ଜୁହି ଚାଓ୍ବଲା ଏକ ଲକ୍ଷ ଟଙ୍କାର ବେଲ୍ ବଣ୍ଡ୍ ଦାଖଲ କରିଛନ୍ତି ।
ଆର୍ଯ୍ୟନ୍ଙ୍କୁ ବମ୍ବେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । କିନ୍ତୁ ଆର୍ଯ୍ୟନ୍ ଜେଲରୁ ବାହାରିବା ପାଇଁ ଅନେକ ସର୍ତ୍ତ ରଖିଛନ୍ତି କୋର୍ଟ । ସେ ସର୍ତ୍ତ ଗୁଡ଼ିକ ହେଲା, ଆର୍ଯ୍ୟନ୍ ପୁଣି ଥରେ ଏଭଳି ଭୁଲ କରିବେ ନାହିଁ । ପୁଣି ଥରେ ଏଭଳି କୌଣସି ଅପରାଧ ନକରିବାକୁ କଡ଼ା ସର୍ତ୍ତ ରଖିଛନ୍ତି କୋର୍ଟ ।ଏହା ସହିତ, ସ୍ପେଶାଲ କୋର୍ଟରେ ନିଜ ପାସ୍ପୋର୍ଟ ଜମା କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ NCB ଅଫିସ୍ରେ ପ୍ରତି ଶୁକ୍ରବାର ଆର୍ଯ୍ୟନ୍ ହାଜିରା ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । NDPS କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାଇ ପାରିବେନି ଆର୍ଯ୍ୟନ୍ ବୋଲି କୋର୍ଟ କହିଛନ୍ତି ।


