
ଗଞ୍ଜାମ, ୩୦/୧୦/୨୧ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ଥାନା କଇଁଫୁଲିଆ କେନାଲରୁ ଡେଇଁ ଯୁବକ ମୃତ l ମୃତ ଯୁବକ ହେଲେ ଚିନି ଶିଳ୍ପ ନୂଆଗାଁର ତିରିଶି ବର୍ଷୀୟ ନିହାର ରଞ୍ଜନ ନାୟକ।
ନିହାର ଆଜି ସନ୍ଧ୍ୟା ସମୟରେ କୌଣସି କାରଣ ବଶତଃ ଆସିକା ଅଭିମୁଖେ ଆସିଥିଲେ l କିଛି ସମୟ ପରେ ତାଙ୍କ ଶରୀର କଇଁଫୁଲିଆ କେନାଲ ନିକଟରେ ପଡ଼ିଥିବା ଦେଖିବାକୁ ମିଳିଥିଲାl ସ୍ଥାନୀୟ ଲୋକେ ଆସିକା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ l
ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ତଦନ୍ତ ଜାରି ରଖିଛି l ଅନ୍ୟପଟେ ନିହାରଙ୍କ ମୃତ୍ୟର କାରଣ ଅସ୍ପଷ୍ଟ ରହିଛି।



